ଅନୁଗୁଳ: ସ୍ଥାନୀୟ ଟାଉନ ହଲ ଠାରେ ତୃତୀୟ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ ପ୍ରତିଭା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦଘାଟନ କରିବା ସହ ଶିଶୁ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିଭା ଅନୁଷ୍ଠାନ ର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ସମାରୋହରେ ସମ୍ମାନିତ ଅତିଥି ରୂପେ ଗୁରୁ ଯାମିନି ରଞ୍ଜନ ଦାସ,ଶ୍ରୀମତୀ ସ୍ବପ୍ନାରାଣୀ ସିହ୍ନା,ଅଶୋକ ସାହୁ,ହରିହର ଜେନା,ସବିତା ଧିର ଓ ଗୁରୁ ରୁନା ଦାସ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତିଭା ଅନୁଷ୍ଠାନର ସଭାପତି ସରୋଜକାନ୍ତ ସାହୁ,ସମ୍ପାଦକ ସତ୍ୟବାନ୍ ବେହେରା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅଶ୍ଵିନୀ ଦଳବେହେରା ଓ ସନ୍ତୋଷ ସାମଲ ସହାୟତା କରିଥିଲେ ଉଦଘାଟନୀ ଉତ୍ସବରେକି ବୋର୍ଡ ଶାସ୍ତ୍ରୀୟ,ଲଘୁ ବାଦ୍ୟ ସଙ୍ଗୀତ,ତବଲା ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।




