ଆଦର୍ଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ସ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ

You are currently viewing ଆଦର୍ଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ସ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ

ଅନୁଗୁଳ: ସଭାଘର ଠାରେ ଆଦର୍ଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ସ ପକ୍ଷରୁ ରବିବାର ପୂର୍ବାହ୍ନରେ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ ହୋଇଥଲା। ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁବେଳେ ଚିନ୍ତା କରି ଆସୁଥିବା ଆଦର୍ଶ ଗ୍ରୁପ୍ ର ଚେୟାରମେନ ତଥା ବିଶିଷ୍ଟ ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର। ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଆଦର୍ଶ ଗ୍ରୁପ୍ ର ବିଭିନ୍ନ ଲୋକ ହିତକର କାର୍ଯ୍ୟାବଳୀକୁ ପ୍ରଶଂସା କରିବା ସହ ସ୍ଥାନୀୟ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ କରାଯିବ ଉଚିତ୍ ବୋଲି ମତ ପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ା ଧରଣୀଧର ନାଥ ଯୋଗ ଦେଇ ସମାଜରେ ନାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ। କରୋନା ସମୟରେ ସ୍ଥାନୀୟ ଆଶା ଅଙ୍ଗନବାଡ଼ି କର୍ମୀ ମାନେ ଯେଭଳି ଜୀବନକୁ ପାଣି ଛଡେଇ ରୋଗୀ ମାନଙ୍କ ସେବା କରିଥିଲେ ତାହାର ପଟାନ୍ତର ନାହିଁ ବୋଲି ଡ଼ା ନାଥ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ,ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ଏବଂ ଦୁଇ ନମ୍ୱର୍ ଯୋନ ଜିଲ୍ଲା ପରିଷଦ ସଦସ୍ୟା ରେବତୀ ନାୟକ ପ୍ରମୁଖ ଯୋଗ ଦେଇ ମହିଳା

ମାନେ ଆଜିକାଲି ସ୍ବାଭିମାନ ଓ ଆତ୍ମ ସମ୍ମାନର ସହ ବଞ୍ଚିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ଆଦର୍ଶ ଗ୍ରୁପ୍ ର ମୁଖ୍ୟ ଡ଼ା ଧଳ ରାଜ୍ୟରେ ମହିଳା ମାନଙ୍କ ବିକାଶ ନ ହେଲେ ସମାଜର ଅଗ୍ରଗତି ହେବ ନାହିଁ ବୋଲି କହିଥିଲେ। ତେଣୁ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଗୃହରକ୍ଷୀ,ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପୁରସ୍କୃତ କରାଯାଉଛି ବୋଲି କହିଥିଲେ। ଏହାପରେ ଉପସ୍ଥିତ ପ୍ରତିଭା ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ଅତିଥି ମାନେ ମେଡାଲ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଧିତ କରିଥିଲେ।ଅନେକ ପୁରସ୍କୃତ ପ୍ରତିଭା ସେମାନଙ୍କୁ ଆଦର୍ଶ ଗ୍ରୁପ ସ୍ଵୀକୃତି ଦେଇଥିବାରୁ ଗ୍ରୁପ୍ ଚେୟାରମେନ ଡ଼ା ଧଳ ଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗ୍ରୁପ୍ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।

Share

Leave a Reply