ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ତାର କରାଳ କାୟା ବିସ୍ତାର କରିଚାଲିଛି। ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି ଏହି ଅଦୃଶ୍ୟ ଭୂତାଣୁ। ଅନୁଗୁଳର ଜଣେ ଯୁବ ଫଳ ବ୍ୟବସାୟୀ, କଂଗ୍ରେସ କର୍ମକର୍ତା ତଥା ବସଷ୍ଟାଣ୍ଡ ଲକ୍ଷ୍ମୀପୂଜା କମିଟିର ସଂପାଦକ ଲକ୍ଷ୍ମୀଧର ଜେନା କରୋନା କବଳରେ ପଡ଼ି ଆଖି ବୁଜିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗତ ପାଞ୍ଚ ଦିନ ତଳେ ତାଂକୁ ଜ୍ୱର ହୋଇଥିଲା। ରିପୋର୍ଟ୍ ପଜିଟିଭ ଆସିବା ପରେ ଚିକିତ୍ସା ଆରମ୍ଭ କରିଥିଲେ। ଦୁଇଦିନ ପୁର୍ବରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସ୍ବର୍ଗତ ଜେନା ଅନୁଗୁଳ ରାଜକିଶୋରପଡାରେ ସପରିବାର ରହୁଥିଲେ। ଅନୁଗୁଳ ଘରୋଇ ବସ୍ ମାଲିକ ସଂଘ ସଭାପତି ମାନସ ସାମଲଙ୍କର ସେ ଭଉଣୀ ଜ୍ବାଇଁ ଅଟନ୍ତି। ଲକ୍ଷ୍ମୀଧରଙ୍କ ଅକାଳ ବିୟୋଗରେ ବ୍ୟବସାୟୀ, କଂଗ୍ରେସ କର୍ମୀ ମହଲ ତଥା ବସଷ୍ଟାଣ୍ଡ ଇଲାକାରେ ଶୋକ ଖେଳି ଯାଇଛି।
କରୋନା ସଂକ୍ରମିତ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ
- Post published:May 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul