ଚୋରାପିରତିରୁ ପ୍ରେମିକା ଖାଇଲା ଚାପୁଡ଼ା ମାଡ଼

You are currently viewing ଚୋରାପିରତିରୁ ପ୍ରେମିକା ଖାଇଲା ଚାପୁଡ଼ା ମାଡ଼

ଅନୁଗୁଳ: ଚୋରାପିରତିରୁ ବଚସା ଆଉ ବଚସା ପରେ ପ୍ରେମିକ ହାତରୁ ପ୍ରେମିକା ବ୍ରହ୍ମ ଚାପୁଡ଼ା ଖାଇବା ଘଟଣା ସ୍ଥାନୀୟ ଅମଲାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଚି। ସ୍ଥାନୀୟ ଅମଲା ପଡ଼ା ମାର୍କେଟ ଅଞ୍ଚଳରେ ସୋମବାର ଦିନ ପ୍ରାୟ ଏଗାରଟା ବେଳକୁ ଜଣେ ସୁନ୍ଦରୀ ଯୁବତୀ ଦୀର୍ଘ ସମୟ ଧରି ଏପଟସେପଟ ହେଉଥିବା ଲୋକେ ଦେଖିଥିଲେ। ହେଲେ ଜନଗହଳି ଭିତରେ ଯୁବତୀଙ୍କ ଉଦ୍ଦେଶ୍ୟ କେହି ଜାଣି ପାରିନଥିଲେ। ଅପରାହ୍ନ ପ୍ରାୟ ସାଢେ଼ ଗୋଟେ ବେଳେ ଯୁବତୀ ଜଣକ ସ୍ଥାନୀୟ ଗୋଟେ ଷ୍ଟୁଡିଓରେ ପହଞ୍ଚିଥିଲେ। କିଛି ସମୟ ପରେ ସେଠାରେ ପାଟି ତୁଣ୍ଡ ଶୁଭିଥିଲା ଏବଂ ଷ୍ଟୁଡିଓ ମାଲିକଙ୍କ ଚାପୁଡ଼ା ମାଡ଼ ଖାଇ ଯୁବତୀ ଜଣକ କାନ୍ଦି କାନ୍ଦି ସେ ଯାଗା ଛାଡି ପଳାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଶୁଣିବାକୁ ମିଳିଲା କି ପ୍ରେମିକ ପ୍ରେମିକା ଉଭୟ ବିବାହିତ। ବାହାଘର ସୁଟିଂ ବେଳେ ଉଭୟଙ୍କ ଦେଖା, ଦେଖାରୁ ପ୍ରେମ। ପ୍ରେମ ରୁ ପାପ ପ୍ରଣୟା ପ୍ରେମିକା ପ୍ରେମିକକୁ ମୁଁ ତୁମ ପାଇଁ ସ୍ବାମୀ ଓ ଶାଶୂ ଘର ଛାଡ଼ିଲି, କେବେ ମୋତେ ବୋହୂ କରିନେବ ବୋଲି ପଚାରିବାରୁ ଧୋକାବାଜ ପ୍ରେମିକ ଠାରୁ ପ୍ରେମିକା ବ୍ରହ୍ମ ଚାପୁଡ଼ା ଖାଇଥିବା ଚର୍ଚ୍ଚା ହେଉଚି ।

Share

Leave a Reply