ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରଥମ ବୈଠକ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ଦାଶଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ବର୍ଷ ୨୦୨୬ ମସିହାରେ ହେବାକୁ ଥିବା ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ କିପରି ସଫଳତାର ସହିତ ପାଳନ କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲା।
ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଉପଦେଷ୍ଟା ମଣ୍ଡଳୀ ତଥା ଶତବାର୍ଷିକୀ ପାଳନ କମିଟିର ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ୫୧ ଜଣ ପୁରାତନ ଛାତ୍ରଙ୍କୁ ସଭ୍ୟ ରଖାଯାଇଥିଲା। ବୈଠକରେ ଶତବାର୍ଷିକୀ ଉତ୍ସବ ୩ ଦିନ ଧରି ମହାସମାରୋହରେ ପାଳିତ ହେବା ସହ ଉତ୍ସବକୁ ଭାରତରେ ରାଷ୍ଟ୍ରପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର, ରାଜ୍ୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିର ହେଲା ଉତ୍ସବ ପାଇଁ ଏଜ ଉଚ୍ଚକୋଟିର ଏକ ସ୍ମରଣିକା ପ୍ରକାଶ କରିବାକୁ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।ବୈଠକରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ଏକ ଲକ୍ଷ ଟଙ୍କା ଲେଖାଏଁ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବକୁ ଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଉତ୍ସବ ପାଳନ ପାଇଁ ଏକ ଜାତୀୟ ବ୍ୟାଙ୍କରେ ଏକ ଖାତା ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ବୈଠକ ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖରେ ବିଦ୍ୟାଳୟ ପରିସରରେ ହେବ ବୋଲି ସ୍ଥିର ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ପରମାନନ୍ଦ ମିଶ୍ର, ସୁବାସ ସାହୁ, ଦ୍ୱାରିକା ପ୍ରସାଦ ନନ୍ଦ, କୁମୁଦ ଚନ୍ଦ୍ର ଦାସ, ଗୋପୀନାଥ ନନ୍ଦ, ଦିଲ୍ଲୀପ ଦାସ, ରବୀନ୍ଦ୍ର ମହାରଣା, ପ୍ରଭାତ ଦାଶ, ପ୍ରଦୀପ ଦେବତା, ଶକ୍ତି ପଟ୍ଟନାୟକ, ନୀଳମଣି ପାଣି, ଡ. ପ୍ରଭାତ ପଣ୍ଡା, ବସନ୍ତ ଦାସ, ବିଜୟ ମୋଦି, ରଂଜିତ ମାଣ୍ଡୋଠିଆ, ଦିଲ୍ଲୀପ ପ୍ରଧାନ, ଭକ୍ତି ପ୍ରସାଦ ଦାସ, ତପନ ଦେହୁରୀ, ରୁଚିର ପାଣିଗ୍ରାହୀ, ଶେକ ରଫିକ, ସୁଧାଂଶୁ ଦ୍ବିବେଦୀ, ସୁଶୀଲ ପଟ୍ଟନାୟକ, ସରିତା ରାଣୀ ମିଶ୍ର ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଶତପଥୀ, ମନ୍ଦାକିନୀ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ନୀଳମଣି ଦେହୁରୀ, ପ୍ରୀତମ ସାହୁ, ଅଜିତ ମିଶ୍ର, ସନାତନ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ।