ଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

You are currently viewing ଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

ବଇଣ୍ଡା : କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ଶୁକ୍ରବାର ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ପ୍ରଶାସନ, ଗ୍ରାମବାସୀ ଓ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ହଣ୍ଡପା ଆଇଆଇସି ନମିତା ନାୟକ, ବଇଣ୍ଡା ଫାଣ୍ଡି ଅଧିକାରୀ ସୃତିରଞ୍ଜନ ନାୟକ, ବଇଣ୍ଡା ଗ୍ରାମର ସମ୍ପାଦକ ଲକ୍ଷ୍ମୀଧର ବେହେରା, ଯାତ୍ରା କମିଟି ସଭାପତି ପ୍ରତାପ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଜଳଧର ସାହୁ, ଅରବିନ୍ଦ ସାହୁ, ଜିତେନ୍ଦ୍ର ବେହେରା, ମାନସ ସାହୁ, ମାଧବ ସାହୁ, ଉଗ୍ରସେନ ସେଠି, ବିନୀତ ସାହା, ଶୁଭେନ୍ଦୁ ମୋହନ ସାହୁ, ପ୍ରାଣବନ୍ଧୁ ବେହେରା, ପ୍ରଶ୍ନ ବେହେରା, ରାଜା ଶର୍ମା, ପରୀକ୍ଷିତ ସାହୁ, ଗିରିଶ ବେହେରା, ସମୀର ପ୍ରଧାନଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ।

ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ଏଥିସହ ଜାତୀୟ ରାଜପଥରେ ଭାରି ଯାନ ଚଳାଚଳ ପାଇଁ ଆଲୋଚନା ହୋଇଥିଲା।

Share

Leave a Reply