ଆଇନଜୀବୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

You are currently viewing ଆଇନଜୀବୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ୨୮ ଅପ୍ରିଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳନ ପାଇଁ ଅନୁଗୁଳ ବାର ପକ୍ଷରୁ ଏହାର ସଭାକକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏଥିରେ ବାର ସଭାପତି ଦିଲୀପ ସାହୁ,ସମ୍ପାଦକ ହିମାଂଶୁ ଭୂଷଣ ସାମଲ,ସହ ସମ୍ପାଦକ ପ୍ରେମାନନ୍ଦ ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହକୁ ଆଡମ୍ବର ସହକାରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା।ଓଡିଶା ହାଇକୋର୍ଟର ନ୍ୟାୟାଧୀଶ ଗୌରୀଶଙ୍କର ଶତପଥୀ,ମୁଖ୍ୟ ଅତିଥି ଏବଂ ମାନ୍ୟବର ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡା ବହୁ ଜନ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।ସକାଳ ୯ଟା ରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ସନ୍ଧ୍ୟାରେ ନାଟକ ପରିବେଷଣ କରାଯିବ ।

Share

Leave a Reply