ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଗୋପବନ୍ଧୁ ପାର୍କ ନିକଟରେ ଥିବା ପ୍ରେସ କ୍ଳବ୍ କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେଇଥିଲା। ସ୍ଥାନୀୟ ତହସିଲଦାର ଓ ପୌର ଅଧିକାରୀଙ୍କ ଉପସ୍ଥିତିରେ କ୍ଳବ୍ ର ତାଲା ଭାଙ୍ଗି ନୂଆ ତାଲା ପକାଇଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉକ୍ତ କ୍ଳବ୍ କୁ କିଛି ମୁଷ୍ଟିମେୟ ବ୍ୟକ୍ତି ନିଜ ଦଖଲରେ ରଖିଥିବା ଅଭିଯୋଗ ହେବାପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଜଣା ପଡ଼ିଛି।ତେବେ କ୍ଳବ୍ ସଭାପତି ବସନ୍ତ କୁମାର ଜେନା ଏଭଳି ଦଖଲକୁ ନାପସନ୍ଦ କରିବା ସହ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ।
ପ୍ରେସ କ୍ଲବକୁ ନିଜ କବଜାକୁ ନେଲା ପ୍ରଶାସନ
- Post published:June 12, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul