ଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

You are currently viewing ଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଅନୁଗୁଳ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଶୈଳ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା ୩୦ ଜୁନ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ପ୍ରସ୍ତୁତି ନେଇ ମନ୍ଦିର ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ କୁମାର ଦାଶ,ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର,ବିଶେଷ ପୂଜା ନୀତିର ମୁଖ୍ୟ ଭବାନୀ ପ୍ରସାଦ ମିଶ୍ର,ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ରଥ ଯାତ୍ରା ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଥିଲେ। ରଥ ଯାତ୍ରା ୨୦ ତାରିଖ ସକାଳ ୫:୩୦ ସୂର୍ଯ୍ୟ ପୂଜା,ଦ୍ଵାରପାଳ ପୂଜା ଠାରୁ ଆରମ୍ଭ ହେବ।ସକାଳ ୯ ଟାରେ ପହଣ୍ଡି,ଦିନ ୧୨ଟା ସମୟରେ ଛେରା ପହଁରା ଏବଂ ଦିନ ୨:୩୦ ରେ ରଥ ଟଣା ଆରମ୍ଭ ହେବ। ଖରା ଅଧିକ ହେବା ଆଶଙ୍କାରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି। ଆଲୋକ,ପାନୀୟ ଜଳ,ପରିମଳ,ସୁରକ୍ଷା ବ୍ୟବସ୍ଥା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ମନ୍ଦିର କମିଟି ତରଫରୁ ସମ୍ପାଦକ ଶ୍ରୀ ଦାଶ ସାମ୍ବାଦିକଙ୍କୁ ଅବଗତ କରାଇଥିଲେ। ୨୪ ତାରିଖରେ ହେରାପଞ୍ଚମି,୨୮ ତାରିଖରେ ବାହୁଡା଼ ଯାତ୍ରା ଅନଷ୍ଠିତ ହେବ। ଆଡ଼ପ ମଣ୍ଡପରେ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶ୍ରୀମନ୍ଦିରରେ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହାଛଡା ରଥ ଯାତ୍ରା ସମୟରେ ସବୁ ବର୍ଷ ପରି ଧାରା ବିବରଣୀ ପ୍ରଦାନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। କେବଳ ଅଧିସ୍ବୀକୃତ ସେବାୟତ ମାନେ ରଥ ଉପରକୁ ଚଢ଼ିବେ ବୋଲି ନିଷ୍ପତ୍ତି ମଧ୍ୟ ନିଆ ଯାଇଛି।ରଥ ଠାରୁ ନୀଳାଦ୍ରି ବିଜୟ ଯାଏ ୧୧୫ ଜଣ ସେବାୟତ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବାର ନିଷ୍ପତ୍ତି ନିଆ ଯାଇଛି।

Share

Leave a Reply