ଅନୁଗୁଳ: ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଆଗାମୀ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ସଂପର୍କୀୟ ଅଭିଯାନର ବିଶଦ ବିବରଣୀ ପ୍ରଦାନ କରାଯାଇଥିଲା। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ଡିସେମ୍ବର ୩୦ ତାରିଖ ଦିନ ୧୦:୩୦ ମିନିଟରେ ଏକ ଭବ୍ୟ ଧାର୍ମିକ ଶୋଭାଯାତ୍ରା ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ବାହାରି ଅନୁଗୁଳ ନଗର ପରିକ୍ରମା କରିବା ଏହି ଶୋଭାଯାତ୍ରାରେ ବିଭିନ୍ନ ଧାର୍ମିକ ସାଂସ୍କୃତିକ ଓ ସାମାଜିକ ସଂଗଠନର ଶ୍ରଦ୍ଧାଳୁ ରମଭକ୍ତାଗଣ ଯୋଗ ଦେବେ। ଦ୍ଵିତୀୟରେ ଜାନୁଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରମଭକ୍ତ ମାନେ ଘରକୁ ଘର ଯାଇ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ନିମନ୍ତ୍ରଣ ସ୍ୱରୂପ ବଣ୍ଟନ କରିବେ ଓ ଜାନୁଆରୀ ୨୨ ତାରିଖରେ ପ୍ରତି ଘରେ ପାଞ୍ଚଟି ଦୀପ ଜଳାଇ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସଫଳ କରିବେ। ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ରାଷ୍ଟ୍ରୀୟ ଏକତା,ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରଚାର କରିବ ବୋଲି ଅଭିଯାନର କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ର ସଂଯୋଜକ ଅଭୟ ରାୟ,ସହ ସଂଯୋଜକ ଚନ୍ଦ୍ରକାନ୍ତ ଧଳ,ଉପଦେଷ୍ଟା ଗୋପାଳ ମୁନ୍ଦ୍ରା,ଅଶୋକ ମୋଦି,ବିଷ୍ଣୁ ତୁଳସିୟାନ୍ ଆଦି ଉପସ୍ଥିତ ଥିଲେ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନେଇ ସାମ୍ବାଦିକ ସମ୍ମିଳନୀ
- Post published:December 29, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul