ରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ

You are currently viewing ରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ପବିତ୍ର ମୋହନ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଓ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ଦୁଇ ଦିନ ଧରି ସାଂସ୍କୃତିକ ସମନ୍ବିତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ଦିହୁଡି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଦୁଇ ଦିନ ଧରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରକଳା, ନାଚ, ଗୀତ, ଝୋଟି, ବତ୍କୃତା, ହାସ୍ୟ ଅଭିନୟ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଆଜି ଅପରାହ୍ନରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରଥମ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମହାବିଦ୍ୟାଳୟ ପ୍ରତିଷ୍ଠାର ସ୍ମୃତି ବାଣ୍ଟିଥିଲେ। ମୁଖ୍ୟ ବକ୍ତା ଭାବେ ଓଏଚପିସି ର ବରିଷ୍ଠ ସାଧାରଣ ପରିଚାଳକ ରଂଜନ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ ୯ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଂଜନ ସାହୁ, ସମିତି ସଭ୍ୟ ଦେବାଶିଷ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ବୀରବର ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Share

Leave a Reply