ସାଇଲୋ ପ୍ଲାଣ୍ଟର ଘରୋଇକରଣକୁ ପ୍ରତିବାଦ: ୩ ଦିନ ହେଲା ଧାରଣାରେ ବସିଛନ୍ତି ଶ୍ରମିକ ସଂଗଠନ

You are currently viewing ସାଇଲୋ ପ୍ଲାଣ୍ଟର ଘରୋଇକରଣକୁ ପ୍ରତିବାଦ: ୩ ଦିନ ହେଲା ଧାରଣାରେ ବସିଛନ୍ତି ଶ୍ରମିକ ସଂଗଠନ

ତାଳଚେର : ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲାଖଣିରେ ନୂତନ ସାଇଲୋ ପ୍ଲାଣ୍ଟକୁ ଘରୋଇକରଣ କରାଯାଇଥିବା ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ସୋମବାରଠାରୁ ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ତାଳଚେରରେ କାର୍ଯ୍ୟରତ ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ଏଚ୍‌ଏମ୍‌ଏସ୍ ଓ ଏଆଇଟିୟୁସି ଆଦି ୪ଟି ଶ୍ରମିକ ସଙ୍ଗଠନର ଶ୍ରମିକମାନେ ଏକଜୁଟ୍ ହୋଇ ଦେଇଥିବା ଗଣଧାରଣାର ବୁଧବାର ତୃତୀୟ ଦିନ। ୧୨ ଦଫା ଦାବି ନେଇ ଶ୍ରମିକ ସଙ୍ଗଠନଗୁଡିକ ଏହି ଗଣଧାରଣା ଦେଇଛନ୍ତି।

ଅନ୍ୟପଟେ ଘରୋଇକରଣକୁ ବିରୋଧ କରି ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଚଳିତ ମାସ ୧୮ତାରିଖ ଦିନ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଲିଙ୍ଗରାଜ କୋଇଲାଖଣିରୁ ବାହାରି ବିଭିନ୍ନ କୋଇଲା ଖଣି ଦେଇ ହିଙ୍ଗୁଳା କୋଇଲା ଖଣି ପର୍ଯ୍ୟନ୍ତ ଯିବେ ବୋଲି ଜଣାପଡିଛି। ଏଥିସହ ଚଳିତ ମାସ ୨୫ ତାରିଖରେ ସମସ୍ତ ଏରିଆ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯିବ ଓ ଦାବି ପୂରଣ ନ ହେଲେ ଅଗଷ୍ଟ ମାସ ୧ ତାରିଖରୁ ତାଳଚେର କୋଇଲାଞ୍ଚଳରେ ଧର୍ମଘଟର ଡାକରା ଦିଆଯିବ ବୋଲି ଶ୍ରମିକ ସଂଗଠନର କର୍ମକର୍ତ୍ତା କହିଛନ୍ତି।

ଏହି ଗଣଧାରଣାରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ପ୍ରଧାନ, ପ୍ରକାଶ କୁଣ୍ଡୁ, ଇନ୍ଦ୍ରଗୋବିନ୍ଦ ପାଢୀ, ସନତ ପାଣିଗ୍ରାହୀ, ରଘୁନାଥ ସାମଲ, ବାବୁଲାଲ ଖଣ୍ଡୁଆଳ, ଛବିନ୍ଦ୍ର ଖିଲାର, ତ୍ରିବେଣୀ ବିଶ୍ୱାଳ, ସୌଭାଗ୍ୟ ବେହେରାଙ୍କ ସହ ବହୁ ଶ୍ରମିକ ସାମିଲ ହୋଇଥିଲେ।

Share

Leave a Reply