ଆମ ହସପିଟାଲ ଯୋଜନାରୁ ବାଦ ପଡ଼ିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦରେ ଆନ୍ଦୋଳନରେ ବସିଛନ୍ତି ୪୦ ଗାଁ ଲୋକ

You are currently viewing ଆମ ହସପିଟାଲ ଯୋଜନାରୁ ବାଦ ପଡ଼ିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦରେ ଆନ୍ଦୋଳନରେ ବସିଛନ୍ତି ୪୦ ଗାଁ ଲୋକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସପିଟାଲ ଯୋଜନାରୁ ବାଦ୍ ଦିଆଯାଇଥିବାରୁ ପ୍ରତିବାଦ କରି ଛେଣ୍ଡିପଦା ତଥା ଆଖପାଖ ଗ୍ରାମର ଲୋକ ଆନ୍ଦୋଳନ କରିଛନ୍ତି।

ଛେଣ୍ଡିପଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥିବାର ତଦନ୍ତ ହୋଇସାରିଥିବା ବେଳେ ଚୂଡାନ୍ତ ତାଲିକାରେ ଛେଣ୍ଡିପଦା ବଦଳରେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚୟନ ହୋଇଥିବା ସରକାରୀ ଚିଠା ପ୍ରକାଶ ପାଇଛି। ଏହାକୁ ବେନିୟମ ଦର୍ଶାଇ ଗୁରୁବାର ପୂର୍ବାହ୍ନରେ ଛେଣ୍ଡିପଦା ସହିତ ୭ ଟି ମୌଜାର ୨ ହଜାରରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏ ଅବସରରେ ସେମାନେ ଜିଲ୍ଲପାଳ, ସିଡିଏମଓ, ସ୍ୱାସ୍ଥ୍ୟ ସଚିବ,ଫାଇଭ ଟି ସଚିବ ଓ ବିଧାୟକଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଆନ୍ଦୋଳନରେ ଛେଣ୍ଡିପଦା ଗାଁ ସଭାପତି ଚନ୍ଦ୍ରମଣି ପ୍ରଧାନ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ବିଜେପି ନେତା ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ମାମୁରିଆ ଗାଁ ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ଛବିଳ କୁମାର ସାହୁ, ବାହାଳସାହି ଗାଁ ସଭାପତି ଚେମରୁ ମାଝୀ, ଡାଇବର ଗାଁ ସଭାପତି ନାରାୟଣ ଖିଲାର ଓ ଏସ ୟୁ ସି ଆଇ ର ନବ କିଶୋର ପ୍ରଧାନଙ୍କ ସମେତ ୪୦ଟି ଗାଁର ଲୋକ ଯୋଗ ଦେଇଥିଲେ।

Share

Leave a Reply