ଅନୁଗୁଳରେ ୬୬୨ ବର୍ଗ ଅଧ୍ୟାପକଙ୍କ ବିକ୍ଷୋଭ

You are currently viewing ଅନୁଗୁଳରେ ୬୬୨ ବର୍ଗ ଅଧ୍ୟାପକଙ୍କ ବିକ୍ଷୋଭ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ୬୬୨ ବର୍ଗ ଅଧ୍ୟାପକ ମାନେ ସେମାନଙ୍କ ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।୨୦୨୧ ମସିହାରେ ୬୬୨ ବର୍ଗ ଓ ୪୪୮ ବର୍ଗ ଅଧ୍ୟାପକ ମାନଙ୍କୁ ସମାନ ଦରମା ଦିଆଯାଉଥିଲା। ସେତେବେଳେ ସରକାରୀ ସ୍ତରରେ ନିଷ୍ପତ୍ତି ମଧ୍ୟ ନିଆ ଯାଇଥିଲା। ମାତ୍ର ବର୍ଷେ ପରେ ସରକାର ଉଭୟ ବର୍ଗ ମଧ୍ୟରେ ଦରମାର ଅସଙ୍ଗତି କରିବା ଫଳରେ ଉଭୟ ବର୍ଗ ମଧ୍ୟରେ ଦରମାର ଅନ୍ତର ପ୍ରାୟ ଦଶ ହଜାର ରହିଲା। ଏହା ଅଧ୍ୟାପକ ମାନଙ୍କୁ ଅସନ୍ତୁଷ୍ଟ କଲା। ସେମାନଙ୍କର ଦାବୀ ସମ୍ମାନ ଗ୍ରେଡ ପେ’ କୁସମାନ ଦରମା। ଅଧ୍ୟାପକ ମାନେ ଏ ପ୍ରସଙ୍ଗରେ ଏକ ସ୍ମାରକ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ପ୍ରଧାନଙ୍କୁ ଭେଟି ଦେଇଥିଲେ।ସଂଘ ପକ୍ଷରୁ ନରେନ୍ଦ୍ର ପାଇକରାୟ,ପ୍ରଭାତ ସିହ୍ନା,ପ୍ରବୀଣ ସାହୁ ପ୍ରମୁଖ ସ୍ମାରକ ଦେଇଥିଲେ।

Share

Leave a Reply