ଅନୁଗୁଳ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନ ବିରୁଦ୍ଧରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଅନୁଗୁଳ ଗାନ୍ଧୀ ପାର୍କ ପରିସରରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପ୍ରତିଷ୍ଠାନର ସଭାପତି ଆଇନଜୀବି ଶରତ ଚନ୍ଦ୍ର ସାହୁ, ଉପସଭାପତି ଧନେଶ୍ଵର ସାହୁ, ମୁଖପାତ୍ର ଆଇନଜୀବି ସୁବାସ ସାହୁ, ଶିକ୍ଷାବିତ୍ କୁମୁଦ ଚନ୍ଦ୍ର ଦାସ, ଆଦ୍ୟାଶ୍ଳୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଯୋଗ ଦେଇ ଧର୍ମ ନାମରେ ଗାନ୍ଧୀ ବିଚାରଧାରାକୁ ନ୍ୟୁନ କରି ଦେଖାଇବା ପାଇଁ ଯେଉଁ ଉଦ୍ୟମ ହେଉଚି ତାର ଦୃଢ଼ ନିନ୍ଦା କରିଥିଲେ। ଗାନ୍ଧୀ ଥିଲେ ସବୁ ଧର୍ମର ଉପାସକ, ତାଙ୍କର ଆଦର୍ଶ ସତ୍ୟ ଓ ଅହିଂସାକୁ ସମଗ୍ର ବିଶ୍ଵ ଗ୍ରହଣ କରିଛି। ତେଣୁ ଧର୍ମ ନାମରେ ଗାନ୍ଧୀଙ୍କୁ ଅପମାନ ଦେବା ବନ୍ଦ କରାଯାଉ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ସମାରୋହରେ ବାଜି ରାଉତ ଛାତ୍ରାବାସର ଛାତ୍ରୀମାନେ ରାମଧୁନ ବୋଲିଥିଲେ। ଶେଷରେ ବିଦ୍ୟା ନାଏକ ଧନ୍ୟବାଦ୍ ଦେଇଥିଲେ ।
ରାଷ୍ଟ୍ରପିତାଙ୍କ ଅପମାନ ବିରୁଦ୍ଧରେ ପ୍ରତିବାଦ ସଭା
- Post published:January 26, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul