ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ

You are currently viewing ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣି ଗୁରୁତର ଆହତ କରିବା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରିଛନ୍ତି।

ଆହତ ଛାତ୍ରଙ୍କୁ ବିନା ମୂଲ୍ୟରେ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇ ଦେଇ ତାର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁଗୁଳ ବିଧାୟକ ଆହତ ଛାତ୍ରଙ୍କ ପରିବାର ବର୍ଗଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଛାତ୍ରଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Share

Leave a Reply