ଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

You are currently viewing ଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ଅନୁଗୁଳ: ଏଣିକି ପ୍ରତି ସୋମବାର ଦିନ ଅନୁଗୁଳ ଜିଲ୍ଲାର ପ୍ରତି ବ୍ଲକର ଗୋଟିଏ ଗୋଟିଏ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆୟୋଜିତ ହେବ। ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ଼ କରିବା ସହ ଫାଇଭ ଟିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ମହମ୍ମଦ ଅଜାଲ୍ ଅଖତର ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅଭିଯୋଗ ଶୁଣାଣିରେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ। ଶୁଣାଣିରେ ଜନସାଧାରଣଙ୍କ ଲିଖିତ ଅଭିଯୋଗ ସହ ମୌଖିକ ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ। ଶିବିରରେ ବିଭିନ୍ନ ସରକାରୀ ଯୋଜନା ଯଥା- ସ୍ବଚ୍ଛ ଭାରତ ଓ ବର୍ଜ୍ୟବସ୍ତୁ ପରିଚାଳନା, ବାଲ୍ୟ ବିବାହ ପ୍ରତିରୋଧ, ମିଶନ ଶକ୍ତି, କୃଷି, ସ୍ବାସ୍ଥ୍ୟ ଇତ୍ୟାଦିର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯିବ।
ସେହିପରି ଜିଲ୍ଲା କାର୍ଯ୍ୟାଳୟରେ ପ୍ରତି ସୋମବାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

Share

Leave a Reply