ଅନୁଗୁଳ: ଅନୁଗୁଳ ସାରଥୀ ପରିବାର ତରଫରୁ ଆଜି ସକାଳେ ଦୁଃଖୀ, ରଙ୍କି ଓ ଦରିଦ୍ର ନାରାୟଣଙ୍କୁ କମ୍ବଳ ଏବଂ ଶାଢ଼ି ବଣ୍ଟନ କରାଯାଇଛି।
ମକର ସଂକ୍ରାନ୍ତି ସକାଳୁ ସାରଥୀ ପରିବାରର ଶତାଧିକ ସଦସ୍ୟ ଆସି ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚି ପ୍ରଥମେ ଜଗତ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ଜାଳି ପ୍ରାର୍ଥନା କରିଥିଲେ। ତା’ ପରେ ସେଠାରେ ଥିବା ଶତାଧିକ ଦରିଦ୍ର ନାରାୟଣଙ୍କୁ କମ୍ବଳ ଓ ଶାଢ଼ି ବଣ୍ଟନ କରିଥିଲେ। ତେବେ ଏଭଳି ସେବା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ସାରଥୀ ପରିବାରର ଜନସେବା: ଦୁଃଖୀ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ି ଓ କମ୍ବଳ
