ଅନୁଗୁଳ: ପୁରୁଣାଗଡ଼ ବନମାଳୀ ମଠ ନିକଟ ସରଧପୁର ଗାଁରୁ ଆଜି ବନ ବିଭାଗ ଏକ ବିରାଟ ଅଜଗରକୁ ଉଦ୍ଧାର କରିଛି। ଅଜଗରଟି ଏକ ଛେଳି ଗିଳୁଥିବା ବେଳେ ଜଣେ ଯୁବକ ଦେଖି ବନ ବିଭାଗକୁ ଖବର ଦେଇଥିଲେ।
ସୂଚନା ମୁତାବକ, ଗାଁର ନବ ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ ପ୍ରତ୍ୟେକ ଦିନ ଛେଳି ଚରାଇବା ପାଇଁ ଯାଆନ୍ତି। ଆଜି ସେ ଛେଳି ନେଇ ଯିବା ବେଳେ ରାସ୍ତା କଡ଼ରେ ଏକ ଅଜଗର ଛେଳି ଗିଳୁଥିବା ଦେଖିଥିଲେ। ଭୟରେ ସେ ଗାଁ ଲୋକଙ୍କ ଡାକ ପକାଇଥିଲେ। ଗାଁ ଲୋକେ ସର୍ପ ଉଦ୍ଧାରକାରୀ ବିଶ୍ଵରଂଜନଙ୍କୁ ସୂଚନା ଦେବାରୁ ସେ ସହଯୋଗୀଙ୍କ ସହାୟତାରେ ସାପକୁ ଧରିଥିଲେ। ପରେ ବନ ବିଭାଗକୁ ସାପ ହସ୍ତାନ୍ତର କରାଯାଇଛି।
ଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ
![You are currently viewing ଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ](https://angultv.com/wp-content/uploads/2023/07/IMG-20230705-WA0008-01.jpeg)