‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

You are currently viewing ‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

ଅନୁଗୁଳ: ଭାରତ ବିକାଶ ପରିଷଦ, ଅନୁଗୁଳ ଶାଖା ପକ୍ଷରୁ ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶାରଦା ହଲରେ ‘ଭାରତ କୋ ଜାନୋ’ କୁଇଜ ଓ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଭାଷାରେ ଦେଶପ୍ରେମୀ ବୃନ୍ଦଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରାକ୍ତନ ପ୍ରଶାସକ ହେମନ୍ତ କୁମାର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳର ୯ଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦକ୍ଷତା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ।

ସଭାପତି ଭରତ ଗଡନାୟକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାରତୀୟ ସଂସ୍କୃତି ଉପରେ ମାର୍ମିକ ଭାଷଣ ଦେଇଥିବା ବେଳେ ରାଜ୍ୟ ପର୍ଯ୍ୟବେକ୍ଷକ ବିମଳ କୁମାର ମହାନ୍ତି ପରିଷଦର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ବିଜୟ ମୋଦି ଅତିଥି ପରିଚୟ ଓ ସଂସ୍କାର ପ୍ରମୁଖ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପରିଷଦର ସଭ୍ୟମାନେ ଉପସ୍ଥିତ ଥିଲେ।

Share

Leave a Reply