ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ

You are currently viewing ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ

ଅନୁଗୁଳ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବସ ଷ୍ଟାଣ୍ଡ,ବଜାର, ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲି ଥିବା ଚା, ଜଳଖିଆ,ଲସି,ରାସନ ଦୋକାନ
ଉପରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ ଫୁଡ଼ ଲାଇସେନ୍ସ କରିବାକୁ ପରାମର୍ଶ ଦେଇଥିଲେ। ଯେଉଁ ଦୋକାନୀ ମାନେ ପୂର୍ବରୁ ତାଗିଦ ସତ୍ୱେ ଲାଇସେନ୍ସ କରିନଥିଲେ ଅବା ବାସି ଖାଦ୍ୟ
ବିକୁଥିଲେ ତଥା ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକୁଥିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଥିଲା । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା,ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରାଙ୍କ ନେତୃତ୍ତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

Share

Leave a Reply