୨୦ ରୁ ଊର୍ଦ୍ଧ୍ଵ ଜଳଖିଆ ଦୋକାନରେ ଚଢ଼ଉ କରି ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

You are currently viewing ୨୦ ରୁ ଊର୍ଦ୍ଧ୍ଵ ଜଳଖିଆ ଦୋକାନରେ ଚଢ଼ଉ କରି ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

ଅନୁଗୁଳ: ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଓ ମିଠା ଦୋକାନରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ସୋମବାର ସକାଳୁ ବସ ଷ୍ଟାଣ୍ଡ, କାଞ୍ଚନ ବଜାର, ହନୁମାନ ବଜାର ଆଦି ସ୍ଥାନରେ ଥିବା ୨୦ ରୁ ଅଧିକ ଦୋକାନରେ ଫୁଡ୍ ଅଧିକାରୀ ଯାଞ୍ଚ କରିଥିଲେ।

ଏ ଅବସରରେ ବିଭିନ୍ନ ମିଠା ଦୋକାନ, ଜଳଖିଆ ଦୋକାନ ଏବଂ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ତେଲକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ଏଫଏସ୍ଓ ହରପ୍ରିୟା ବେହେରା, ଏଫଏସ୍ଓ ସୁମିତ୍ ସୌରଭ ପରିଡା, ଏମଟିଏସ୍ ନୀଳାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply