ଟ୍ରେନ ଆସିବା ସମୟରେ ଫାଟକ ପକାଇବା ବେଳେ ଭାଙ୍ଗିପଡ଼ିଲା ଗେଟ୍, ଉଭୟ ପଟେ ଦୀର୍ଘ ସମୟ ଧରି ଅଟକିଲେ ଶହ ଶହ ଲୋକେ

You are currently viewing ଟ୍ରେନ ଆସିବା ସମୟରେ ଫାଟକ ପକାଇବା ବେଳେ ଭାଙ୍ଗିପଡ଼ିଲା ଗେଟ୍, ଉଭୟ ପଟେ ଦୀର୍ଘ ସମୟ ଧରି ଅଟକିଲେ ଶହ ଶହ ଲୋକେ

ଅନୁଗୁଳ: ସ୍ଥାନୀୟ କୁରୁଡୁଲ ଗାଁ ଦେଇ ଯାଇଥିବା ଅନୁଗୁଳ- ସମ୍ବଲପୁର ଟ୍ରେନ ଲାଇନର ରେଳ ଫାଟକ ଭାଙ୍ଗି ଯାଇଛି। ଫଳରେ ଧାରଣାର ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଟ୍ରେନ ଆସୁଥିବାରୁ ରେଳ କର୍ମଚାରୀ ଫାଟକ ପକାଇବା ସମୟରେ ତାହା ଭାଙ୍ଗି ଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଲୋକମାନେ ଉଭୟ ପାର୍ଶ୍ଵରେ ଅପେକ୍ଷା କରି ରହିଥିଲେ। ଅଧିକ ସମୟ ଧରି ଅଟକି ରହିବା ଯୋଗୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାଟି ତୁଣ୍ଡ କରିଥିଲେ। ଖବର ପାଇ ରେଳ କର୍ମଚାରୀ ଆସି ଫାଟକକୁ ସଜାଡ଼ିବା ଆରମ୍ଭ କରିଛନ୍ତି। ଖବର ଲେଖା ହେବା ବେଳକୁ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Share

Leave a Reply