ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

You are currently viewing ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଆମ୍ବତୋଟାରେ ରବିବାର ପୂର୍ବାହ୍ନରେ ରାଜ୍ୟ ତୈଳିକ ବୈଷ୍ୟ ସମାଜର ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥିଲା। ଗନ୍ଧର୍ବ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ସଭାପତି ବସନ୍ତ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ।

ସମାରୋହରେ ସାମୁହିକ ସ୍ବାସ୍ଥ୍ୟ ,ଶିକ୍ଷା, ନାରୀ ସଶକ୍ତିକରଣ ଏବଂ ସରକାରୀ ଯୋଜନା ସବୁକୁ କିଭଳି ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା। ଏହାପରେ ଆଗାମୀ ପାଞ୍ଚ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଗନ୍ଧର୍ବ ସାହୁ ସଭାପତି, ସୁଧାକର ସାହୁ ଉପସଭାପତି, ଉଗ୍ରସେନ ସାହୁ ସମ୍ପାଦକ,ସନ୍ତୋଷ କୁମାର ସାହୁ ସହ ସମ୍ପାଦକ, ରମାନାଥ ସାହୁ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ଭଜମନ ସାହୁ ଓ ଆଦୈତ ପ୍ରସାଦ ସାହୁ ନିର୍ବାଚନ ପରିଚାଳନା କରିଥିଲେ।

Share

Leave a Reply