ଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

You are currently viewing ଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଅନୁଗୁଳ: ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଛି। ବାଜି ରାଉତ ଛାତ୍ରାବାସ ସମ୍ପାଦକ ଇଂ ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ତଥା ଗବେଷିକା ଡଃ ରମାମଞ୍ଜରୀ ଗଡ଼ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ, ଅଧ୍ୟାପିକା ନନ୍ଦିନୀ ନନ୍ଦ, ଅଞ୍ଜଳି ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏ ଅବସରରେ ଅତିଥିମାନେ କହିଥିଲେ, ରମାଦେବୀ ଥିଲେ ଓଡ଼ିଶାରେ ନାରୀ ଜାଗରଣର ପ୍ରତୀକ ତଥା ଅଗ୍ରଦୂତିକା। ଯୁଗ ଯୁଗ ଧରି ରମାଦେବୀଙ୍କ ସେବା ଓ ତ୍ୟାଗର କାହାଣୀ ଓଡ଼ିଶାର ଜନଜୀବନକୁ ଅନୁପ୍ରାଣିତ କରିବ ବୋଲି ମଧ୍ୟ ସେମାନେ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ସୁଶ୍ରୀ ଲିପିକା ମହାପାତ୍ର ବନ୍ଦେ ଉତ୍କଳ ଜନନୀ ଗାନ ସହିତ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପ୍ରମୋଦା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛୋଟରାୟ ମାଝୀ, ଅଧ୍ୟାପିକା ପ୍ରଭାତୀ ମିଶ୍ର, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply