ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଆୟୋଜିତ, ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ

You are currently viewing ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଆୟୋଜିତ, ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେଇ ଶିଶୁଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସୁସ୍ଥ ସମାଜ ଗଠନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇ ଶିଶୁ ମାନଙ୍କୁ କିଭଳି ଗଢ଼ି ତୋଳିବାକୁ ହେବ ଆଉ ସମାଜରେ ଜଣେ ଭଲ ମଣିଷ ସୃଷ୍ଟି କରି ପାରିବା ସେ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ବାର୍ଷିକ କ୍ରୀଡ଼ାର ଚାମ୍ପିୟନ, କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ବନ୍ଦନା ତ୍ରିପାଠୀଙ୍କୁ “ସେବାନିଧି ସମ୍ମାନ” ପ୍ରଦାନ କରାଯାଇଥିଲା। ତା’ ପରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଟ୍ରଷ୍ଟ ଚେୟାରମ୍ୟାନ ତଥା ସଭାପତି ସୁଶାନ୍ତ କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଆଚାର୍ଯ୍ୟ ସିଦ୍ଧାର୍ଥ ଶେଖର ସାହୁ, ଆଚାର୍ଯ୍ୟା ନିରୁପମା ଗଡନାୟକ, ଲିଲି ବେହେରା, କବିତା ଶତପଥୀ, ପୂଜାରାଣୀ ପାତ୍ର, ସଂଯୁକ୍ତା ଭୋଇ, ଲିପ୍ସା ରଥ, ସ୍ଵର୍ଣ୍ଣପ୍ରଭା କର, ସ୍ନେହଲତା ରଥ, ଲିପ୍ସା ପ୍ରିୟଦର୍ଶିନୀ, ଲୋପାମୁଦ୍ରା ସାହୁ, ଆୟା ମଞ୍ଜୁଲତା ଦେହୁରୀ, ବାହନ ଚାଳକ କ୍ରିଷ୍ଣା ପ୍ରଧାନ, ଦିଲ୍ଲୀପ ମଣ୍ଡଳ, ଚଗୁଲୁ ଗଡ଼ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Share

Leave a Reply