ଅନୁଗୁଳ: ସାତକୋଶିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କର ରବିବାର ହୃଦଘାତରେ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ସକାଳେ ତାଙ୍କର ବାନ୍ତି ହେବା ସହ ଦେହ ଭଲ ଲାଗୁନଥିଲା। ଗାଡ଼ିରେ ବସି ଡାକ୍ତରଖାନା ଯିବାକୁ ମଧ୍ୟ ବାହାରିଥିଲେ। ହେଲେ ଗାଡ଼ିରେ ବସି ଡାକ୍ତରଖାନା ଆସିବା ବେଳକୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମେଳାପୀ ଓ ବନ୍ୟପ୍ରାଣୀ ପ୍ରେମୀ ଥିବା ବେଳେ ତାଙ୍କ ବିୟୋଗରେ ସାତକୋଶିଆ ବନଖଣ୍ଡ ମଧ୍ୟରେ ଥିବା ଗାଁରେ ଶୋକର ଛାୟା ଖେଳି ଯାଇଛି।