ଆଜିର ରାଶିଫଳ

0

ମେଷ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନ୍ୟୁକ୍ତି ମିଳିପାରେ। ସୁଖବର ଓ ସୁସମ୍ବାଦ ପ୍ରାପ୍ତି ହେବ ଏବଂ ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ। କୌଣସି ଶୁଭକର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେବେ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ କର୍ମ କରିବାରେ ଶୈଳୀରେ ଉନ୍ନତି ଦେଖାଦେବେ। ଯେଉଁମାନଙ୍କର ଅଶ୍ବିନୀ ଓ ଦ୍ଵିଜା ମେଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ,ସଂଖ୍ୟା: ୩, ଆରାଧନା ପ୍ରଭୁ ସ୍କନ୍ଦ ।

ବୃଷ: କୃଷ୍ଣପକ୍ଷର ଦ୍ବିତୀୟ ଚନ୍ଦ୍ର ଏବଂ ଦିବା ୧୧ଟା ୩୪ ମିନିଟ୍ ପରେ ଦ୍ଵିତୀୟା ତିଥି ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟଠାରୁ ଅଯଥା ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ପରିଶ୍ରମ ତୁଳନାରେ ସଫଳତା ମିଳିବ ନାହିଁ । ଯେଉଁମାନଙ୍କର ମୃଗଶିରା ବୃଷ ଓ ଯାହାର ପ୍ରଥମ ନାମାକ୍ଷର ବେ, ବୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ବରୀ ।

ମିଥୁନ: ଶ୍ରୀଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ହେବ ଏବଂ ସ୍ବଜନରେ ସୁସମ୍ପର୍କ, ବନ୍ଧୁବାନ୍ଧଙ୍କ ସହ ନିବିଡ଼ତା ଏବଂ ପଡ଼ୋଶୀଙ୍କ ସାହ୍ୟା ସହଯୋଗ ପ୍ରାପ୍ତ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। କର୍ମରେ ସଫଳତା ଏବଂ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ପ୍ରାପ୍ତ କରିବେ ।ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ମା’ ଭୈରବୀ ।

କର୍କଟ: କୃଷ୍ଣପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ବହୁତ ଭାବିଚିନ୍ତି ଖର୍ଚ୍ଚ କରିବେ । ସମସ୍ତ କର୍ମରେ ତ୍ବରିତ୍‌ ପଦକ୍ଷେପ ନେବେ ଏବଂ ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଅପସରି ଯିବ। ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟ କରିବାରେ ବିନୋଗ କରିବେ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ସମୟାନୁବର୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୫,ଆରାଧନା: ମା’ ଭୁବନେଶ୍ଵରୀ ।

ସିଂହ: ଏକାଦଶ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଭୂମି କ୍ରୟ କରିପାରନ୍ତି କିମ୍ବା ନୂତନ ଭୂମିପୂଜା, ଗୃହ ନିର୍ମାଣ ଆରମ୍ଭ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ,ସଂଖ୍ୟା: ୬, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଘାତଚନ୍ଦ୍ର େଗୁ ସମସ୍ତ କର୍ମରେ ବିଫଳତା ଏବଂ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । କର୍ମ ପ୍ରତି ବିପଦ ଏବଂ ବାଧାବିଘ୍ନ ଦେଖାଦେବ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖୁବେ । ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ବଳ୍ପ ଓ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ଟୋ, ଣା, ପି, ଯେ, ପୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ:କଫି, ସଂଖ୍ୟା: ୮, ଆରାଧନା: ମା’ ଷୋଡ଼ଶୀ ।

ତୁଳା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ନିଜର।ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ। ମାନସିକ ଅସ୍ଥିରତା,ପରିବାରରେ ଅଶାନ୍ତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ବ୍ୟବସାୟ ଉପରକୁ ବିପଦ ମାଡ଼ି ଆସିବ। କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଚିତ୍ରା ଓ ସ୍ବାତୀ ତୁଳା ଓ ଯାହାର ପ୍ରଥମ ନାମାକ୍ଷର ରା, ରି, ରୁ, ରେ, ରୋ,ତା, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍‌ଭର,ସଂଖ୍ୟା: ୬, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା: ଘାତବାର, ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ,ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ତୁଳନାରେ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା କମ୍ ମିଳିବ । ଯେଉଁମାନଙ୍କର ଅନୁରାଧା ଓ ଜ୍ୟେଷ୍ଠା ବିଛା ଓ ଯାହାର ପ୍ରଥମ ନାମାକ୍ଷର ଗ, ନି, ନୁ, ନେ,ନୋ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ,ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ଧନୁ: ଘାତବାର ଓ ସପ୍ତମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ଆଭୂଷଣ ପ୍ରତି ଓ ମଉଜ ମସ୍ତିରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଅପରିଚିତ ମହିଳାଙ୍କଠାରୁ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୭, ଆରାଧନା: ପ୍ରଭୁ ଗଜାନନ ।

ମକର: ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ପହଞ୍ଚିବ ଓ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ଉପକୃତ ହେବେ। ଶୁଭରଙ୍ଗ: କଳା, ସଂଖ୍ୟା: ୧୧, ଆରାଧନା: ମା’ ଦୁର୍ଗା ।

କୁମ୍ଭ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ମାନସମ୍ମାନ ହାନି,ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା କମ୍ ମିଳିବ ଓ ସହକର୍ମୀଙ୍କ ସହ ମତାନ୍ତର ହେବ । ଯେଉଁମାନଙ୍କର ଧନି । କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗେ, ଗୁ ସେମାନେ ସତର୍କ ହେବେ । ଶୁଭରଙ୍ଗ:ବାଇଗଣୀ,ସଂଖ୍ୟା: ୩, ଆରାଧନା: ମା’ ଭୈରବୀ ।

ମୀନ: ଘାତବାର ଓ କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ନୂତନ ଭୂମି କ୍ରୟ କରିପାରନ୍ତି କିମ୍ବା ନୂତନ ଗୃହ ପ୍ରତିଷ୍ଠା, ଭୂମିପୂଜା କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ରେବତୀ ଓ ପୂର୍ବଭାଦ୍ର ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା : ୯, ଆରାଧନା: ମା’ ଧୂମାବତୀ।

Leave A Reply

Your email address will not be published.

error: Content is protected !!