ମେଷ: ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ଯୋଗୁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ନା ଏବଂ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ବଳ୍ପ ହେବ । କର୍ମରେ ବାଧାବିଘ୍ନ ଉପୁଜିଯିବ ଏବଂ ଏହା ପରେ ଷଷ୍ଠ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ପୂର୍ବ ସମ୍ମାନ, ଗୌରବ ଫେରି ପାଇବାରେ ସମର୍ଥ ହେବେ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ବଚ୍ଛତା ଆପଣେଇବେ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା ମିଳିବ । ଯେଉଁମାନଙ୍କର ହ୍ନିଜା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ହନୁମାନ ।
ବୃଷ: ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉତ୍ତମ ଆୟ କର୍ମରେ ସଫଳତା, ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ, ପଡ଼ୋଶୀଙ୍କ ସହ ମିତ୍ରତା ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ଏହା ପରେ ଘାତଚନ୍ଦ୍ର ହେତୁ ମାନସମ୍ମାନ ହାନି, ମାନସିକ ଅବସାଦ, ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର, ସନ୍ତାନମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର କୃଷିକା ବୃଷ ଓ ଯାହାର ପ୍ରଥମ ନାମାକ୍ଷର ଉ, ଇ, ଏ ସେମାନେ ସତର୍କ ହେବେ ।ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ଗାୟତ୍ରୀ ।
ମିଥୁନ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ। ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ସମସ୍ତ ଈପସିତ ପଦାର୍ଥ ହାତ ପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଧୁରିଯିବ । କର୍ମରେ ସଫଳତା,ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୪, ଆରାଧନା: ମା’ ଷୋଡ଼ଶୀ ।
କର୍କଟ: ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଆର୍ଥିକ ଠକାମି ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ସ୍ବଳ୍ପ ଆୟ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ଏହା ପରେ ତୃତୀୟ ଚନ୍ଦ୍ର ହେତୁ ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୧, ଆରାଧନା: ମା’ ସମଲେଶ୍ବରୀ ।
ସିଂହ: ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଆଶାଠାରୁ ଅଧୂଳ ସଫଳତା ମିଳିବ । ଏହା ପରେ ଦ୍ୱିତୀୟ ଚନ୍ଦ୍ର ହେତୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ କ୍ଷତିରେ ଚାଲିବ ଏବଂ କର୍ମରେ ବହୁବିଧ ସମସ୍ୟା ଉପୁଜିଯିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ଓ ଯାହାର ପ୍ରଥମ ନାମାକ୍ଷର ‘ଟେ’, ସେମାନେ ସତର୍କ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ମା’ ମାଣିକେଶ୍ବରୀ ।
କନ୍ୟା: ଦ୍ବାଦଶ ଚନ୍ଦ୍ର ଏବଂ ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଘାତ ତିଥି ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ତୁଳନାରେ ବ୍ୟୟ ବହୁତ କମ୍ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର ତତ୍ପରତା ପ୍ରକାଶ ପାଇବ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚରୁ ମୁକ୍ତ ହେବେ ଏବଂ ଖର୍ଚ୍ଚ କରିବାରେ ବହୁତ ଟାଳଟୁଳ ନୀତି ଅବଲମ୍ବନ କରିବେ । ପରିବାରରେ ସୁଖଶାନ୍ତି ଏବଂ ସ୍ବାସ୍ଥ୍ୟ ଉତ୍ତମ ରହିବ । ଯେଉଁମାନଙ୍କର ହସ୍ତୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଚକୋଲେଟ୍, ସଂଖ୍ୟା: ୮,ଆରାଧନା: ଭଗବାନ ବିଷ୍ଣୁ ।
ତୁଳା: ଶୁକ୍ରବାର, ସକାଳ ୭ଟା ୩୪ ମିନିଟ୍ ପର୍ଯ୍ୟନ୍ତ ଶୁକ୍ରଙ୍କ ନକ୍ଷତ୍ର ଏବଂ ଏକାଦଶ ଓ ଦ୍ବାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ସଫଳତା, ନୂତନ କର୍ମାରମ୍ଭର ଯୋଜନା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍ଭର,ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ ।
ବିଛା: ଘାତବାର ଓ ଦଶମ, ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ବିଶେଷ ପଡ଼ିବ ନାହିଁ । ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । କର୍ମରେ ସଫଳତା,ଦରମାରେ କିଛି ବୃଦ୍ଧି, ପଦସ୍ଥ ଅଧିକାରୀଙ୍କ ଶ୍ରଦ୍ଧା ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଘାତବାର ହେତୁ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇପାରେ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୬,ଆରାଧନା: ପ୍ରଭୁ ହନୁମାନ ।
ଧନୁ: ଘାତବାର ଏବଂ ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ମାନ,ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ଧା, ପରିବାରରେ ମନୋମାଳିନ୍ୟ, ନିଜର ପୁରାତନ ପ୍ରିୟବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଏବଂ କର୍ମରେ ସମସ୍ୟା ଉପୁଜିବ । ଏହାପରେ ଦଶମ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ମଧ୍ୟମ ମଧ୍ୟମ ଧରଣର ଶୁଭଫଳ ମିଳିବ।ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ଏବଂ ଯାହାର ପ୍ରଥମ ନାମାକ୍ଷର ‘ଭେ’ ସେମାନେ ସତର୍କ ହେବେ । ଶୁଭରଙ୍ଗ:ହଳଦିଆ, ସଂଖ୍ୟା: ୫, ଆରାଧନା: ମା’ ଧୂମାବତୀ ।
ମକର: ଅଷ୍ଟମୀ ତିଥି ଏବଂ ଅଷ୍ଟମ ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ବିପର୍ଯ୍ୟୟ ଘଟିବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ବନ କରିବେ । ସମସ୍ତ କର୍ମ ବିବାଦୀୟ ହେବ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତିର ସମ୍ମୁଖୀନ ହେବେ । କର୍ମରେ ବିଫଳତା, ବାଧାବିଘ୍ନ ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ଓ ଯାହାର ପ୍ରଥମ ନାମାକ୍ଷର ଭୋ, ଜ, ଜୀ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା:୧୧, ଆରାଧନା: ମା’ ଚଣ୍ଡୀ ।
କୁମ୍ଭ: ଅପରାହ୍ନ ୨ଟା ୪ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ । ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । କର୍ମରେ ଆଂଶିକ ସଫଳତା ଓ ମହିଳା ସହକର୍ମୀଙ୍କ ସହାୟତା ମିଳିବ । ଏହାପରେ ଅଷ୍ଟମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ବିଶେଷ ସଫଳତା ମିଳିବ ନାହିଁ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି,ସଂଖ୍ୟା: ୬, ଆରାଧନା: ମା’ ଭୈରବୀ ।
ମୀନ: ଘାତବାର, ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ମହିଳା ସହକର୍ମୀଙ୍କ ସହଯୋଗ ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ପରୋପକାର,ସମାଜସେବା ଓ ଧାର୍ମିକ କର୍ମରେ ଅଧୂକ ଆଗ୍ରହ ରହିବ। ଦେହ, ମନ ସୁସ୍ଥ ରହିବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ:ଲାଲ, ସଂଖ୍ୟା : ୫, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।