ବର୍ଷେ ପରେ ଧରାପଡ଼ିଲା ହତ୍ୟାକାରୀ, ରାତି ଅଧିଆ ମାଡ଼ି ବସିଲା ପୋଲିସ

You are currently viewing ବର୍ଷେ ପରେ ଧରାପଡ଼ିଲା ହତ୍ୟାକାରୀ, ରାତି ଅଧିଆ ମାଡ଼ି ବସିଲା ପୋଲିସ

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ଦୀର୍ଘ ବର୍ଷେ ପରେ ଏକ ବୀଭତ୍ସ ହତ୍ଯାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀକୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି।

ସୂଚନା ମୁତାବକ, ୨୦୨୧ ମସିହା ସେପ୍ଟେମ୍ବର ମାସରେ ଡେରେଜାଙ୍ଗ ଡ୍ୟାମ୍ ନିକଟରେ ରନ୍ତଲେଇର ଜଗନ ସେନାପତି ନାମକ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଅନୁଗୁଳ ସଦର ଥାନା ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୮ ଜଣ ବ୍ୟକ୍ତି ମଧ୍ୟରୁ ୭ ଜଣ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିନୟ ଦାସ (୩୩) ପୋଲିସକୁ ଚକମା ଦେଇ ଖସିଯିବାରେ ସକ୍ଷମ ହେଉଥିଲା।

ଗତ ମଙ୍ଗଳବାର ରାତିରେ ଅଭିଯୁକ୍ତ ହେମସୁରପଡ଼ାରେ ରହୁଥିବା ସଂପର୍କୀୟ ଘରକୁ ଆସୁଥିବା ନେଇ ସଦର ଥାନା ପୋଲିସ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୁରୁବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଅନୁଗୁଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।

Share

Leave a Reply