ଆଜିର ରାଶିଫଳ

0

ମେଷ: ଶୁକ୍ଳପକ୍ଷର ଦ୍ବିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ସକ୍ଷମ ହେବେ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ସାମାନ୍ୟ କଥାରେ ବ୍ୟସ୍ତ ବିବ୍ରତ ହେବେ ଏବଂ ମନ ଅସ୍ଥିର ରହିବ । ଯେଉଁମାନଙ୍କର ଅଶ୍ବିନୀ ଓ କୃରିକା ମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୬, ଆରାଧନା : ମା’ ଚଣ୍ଡୀ ।

ବୃଷ: ଶ୍ରୀଚନ୍ଦ୍ର, ବୁଧବାର ଯୋଗୁ ସ୍ଵଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ମନରେ ପ୍ରସନ୍ନତା ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ଆମୋଦପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ଅତି ଅଳ୍ପରେ ସନ୍ତୁଷ୍ଟ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। କର୍ମରେ ସଫଳତା ଓ ସମ୍ମାନ ବୃଦ୍ଧି ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା : ମା’ କମଳା ।

ମିଥୁନ: ଶୁକ୍ଳପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ, ଅପଯଶ ଓ ଅପନିନ୍ଦାର ଶିକାର ହେବେ। ମନରେ ଅସ୍ଥିରତା, ବ୍ୟଗ୍ରତା ଓ ଦୁଶ୍ଚିନ୍ତା, ଦୁର୍ଭାବନା ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ପାଞ୍ଚଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ କର୍ମରେ ଆଳସ୍ୟତା ଓ ଅନାଗ୍ରହ ଭାବ ପ୍ରକାଶ ପାଇବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର ହା, ହିଁ ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ମା’ ଷୋଡ଼ଶୀ ।

କର୍କଟ: ଘାତବାର ଓ ଏକାଦଶ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ପଡ଼ିବ ନାହିଁ। ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବା ପାଇଁ ନୂତନ କଳାକୌଶଳ ଆପଣାଇବେ ଏବଂ ସେଥିରେ ସଫଳତା ପାଇବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ କର୍ମରେ ଉନ୍ନତି ପରିଲକ୍ଷିତ ହେବ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୫, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ: କର୍ମରେ ଉନ୍ନତି ଏବଂ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ଆଜି ଯେକୌଣସି କର୍ମ ଆରମ୍ଭ କରିବେ ବା ହାତକୁ ନେବେ ସେଥିରେ ଶତ ପ୍ରତିଶତ ସଫଳତା ପାଇବେ। ମନରେ ସନ୍ତା,ସମ୍ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ଯେଉଁମାନଙ୍କର ମଘା ସିଂହ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୬, ଆରାଧନା: ପ୍ରଭୁ ଗଜାନନ ।

କନ୍ଯା: ନବମ ଚନ୍ଦ୍ର, ବୁଧବାର ଏବଂ ରବି ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ ସମର୍ଥ ହେବେ । ଗୁରୁଜନଙ୍କ କୃପା,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ କରିବେ। କର୍ମରେ ସଫଳତା ଓ ସମ୍ମାନ ପ୍ରାପ୍ତ କରିବେ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି, ସଂଖ୍ୟା: ୬, ଆରାଧନା: ମା’ ଛିନ୍ନମସ୍ତା ।

ତୁଳା: ଅଷ୍ଟମ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖୁବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦଖର୍ଚ୍ଚ ହେବ ଏବଂ କର୍ମରେ ବାଧାବିଘ୍ନ ଏବଂ ବହୁବିଧ ଅସମାହିତ ସମସ୍ୟା ଆସିବ । ଯେଉଁମାନଙ୍କର ବିଶାଖା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ତେ, ତୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୮, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା: ଘାତଚନ୍ଦ୍ର ସକାଳ ୮ଟା ୪୭ ମିନିଟ୍ ପରେ ବିଷ୍ଟୀକରଣ ହେତୁ ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏ ଦାମ୍ପତ୍ୟ ଜୀବନରେ ଅଶାନ୍ତ ଦେଖାଦେବ କିମ୍ବା ସହଧର୍ମିଣୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ ମଉଜ ମସ୍ତିରେ ଅଧିକ ଖର୍ଚ୍ଚ ହେବ । କର୍ମରେ ବିଫଳତା ଓ ମହିଳା ସହକର୍ମୀଙ୍କ ସହ ବିବାଦ କିମ୍ବା ଅପମାନ ମିଳିପାରେ। ଯେଉଁମାନଙ୍କର ବିଶାଖା ବିଛା ଓ ଯାହାର ପ୍ରଥମ ନାମାକ୍ଷର ତେ, ତୋ,ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ ।

ଧନ: ରୋଗ, ରଣ ଓ ଶତ୍ରୁ ଏଥୁରୁ କିଛି ମାତ୍ରାରେ ମୁକ୍ତି ମିଳିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱାସ୍ଥ୍ୟ ଉତ୍ତମ ରହିବ। ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୨, ଆରାଧନା: ମା’ ତାରା ।

ମକର: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ। ନୂତନ ବିଦ୍ୟା, କଳା ଓ ସଂସ୍କୃତି ପ୍ରତି ଅଧିକ ରୁଚି ରହିବ। ପିତାମାତାଙ୍କ କୃପା ଏବଂ ପୈତୃକ ସମ୍ପରିକୁ ନେଇ ଥିବା ବିବାଦର ସମାଧାନ ହେବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ଉପକୃତ ହେବେ। ଶୁଭରଙ୍ଗ: କଳା, ସଂଖ୍ୟା: ୬, ଆରାଧନା: ମା’ ଦୁର୍ଗା ।

କୁମ୍ଭ: ଚତୁର୍ଥ ଚନ୍ଦ୍ର, ସକାଳ ୮ଟା ୦୨ ମିନିଟ୍ ପରେ ଅମାବାସ୍ୟା ତିଥି ଓ ବିଷ୍ଟୀକରଣ ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ, ଆର୍ଥିକ ଠକାମି, ମୂଲ୍ୟବାନ ପଦାର୍ଥ ନଷ୍ଟ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ସ୍ଵଳ୍ପ ଆୟ ଓ ପରିବହନରେ କ୍ଷତି ଅଧ୍ୟକ ହେବ ଏବଂ କର୍ମରେ ବାଧାବିଘ୍ନ ଲାଗି ରହିବ ଏବଂ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ସେ, ସେ, ସେମାନେ ସତର୍କ ହେବେ । ଶୁଭରଙ୍ଗ:।ବାଇଗଣୀ, ସଂଖ୍ୟା: ୧୧, ଆରାଧନା: ମା’ ଭୈରବୀ ।

ମୀନ: ମାନସିକ, ପାରିବାରିକ ଶାନ୍ତି, ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ। ନୂତନ କର୍ମାରମ୍ଭର ଯୋଜନା କରିବେ ଏବଂ ସେଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କ କର୍ମକୁଶଳତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରଭାଦ୍ର ମାନ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ୍, ସଂଖ୍ୟା : ୯, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ I

Leave A Reply

Your email address will not be published.

error: Content is protected !!