ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ, ରାଜରାସ୍ତାକୁ ଓହ୍ଲାଇବ ବିଜେପି

You are currently viewing ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ,  ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଅନୁଗୁଳ: ଅନୁଗୁଳ ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ଵରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ଲୋକସଭା ପ୍ରଭାରୀ ରାଜ୍ଯ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ବିଭିନ୍ନ ସାଂଗଠନିକ ଯୋଜନା ସମ୍ବନ୍ଧୀୟ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ ‘ମନ କି ବାତ’କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କରି ଲୋକଙ୍କୁ ଯୋଡ଼ିବାକୁ ବହୁସ୍ଥାନ କରି ଜନସାଧାରଣଙ୍କୁ ଯୋଡିବାକୁ ଉତ୍ସାହିତ କରିଥିଲେ। ସେହିପରି ଅନୁଗୁଳ ଗସ୍ତରେ ଆସିଥିବା କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ ଓଡିଶାକୁ ୨୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦେଇ ଥିଲା ବେଳେ ରାଜ୍ଯ ସରକାର ଗରିବ ଲୋକଙ୍କୁ କାହିଁକି ଘର ବଣ୍ଟନ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଅନୁଗୁଳବାସୀଙ୍କ ପାଇଁ ଆସିଥିବା ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଘରକୁ ତୁରନ୍ତ ବଣ୍ଟନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା।

ଏହି ସମସ୍ୟା ନେଇ ଖୁବଶୀଘ୍ର ବିଜେପି ଜିଲ୍ଲାବାସୀଙ୍କ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଚେତାବନୀ ଦେଇଥିଲେ। ବୈଠକରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଯଯାତି ପଟ୍ଟନାୟକ, ମନ କି ବାତ୍ ପ୍ରମୁଖ ଚୌଧୁରୀ ପ୍ରଧାନ, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ଅଲେଖ ପ୍ରଧାନ, ବିଶ୍ବଜିତ ମିଶ୍ର, ବିଜୟ ମାଝୀ, ଚନ୍ଦନ ସ୍ଵରାଜ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, ରତ୍ନାକର ସାହୁ, ସରିତା ମିଶ୍ର, ହରେକୃଷ୍ଣ ପ୍ରଧାନ, ସୁନୀଲ ବିଶ୍ଵାଳ, କାଳନ୍ଦି ପ୍ରଧାନ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply