ଶ୍ରୀକ୍ଷେତ୍ରରେ ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ

You are currently viewing ଶ୍ରୀକ୍ଷେତ୍ରରେ ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ

ଅନୁଗୁଳ: ଚଳିତ ମାସ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଆଜି ବସିବ ରଥଯାତ୍ରା ସମନ୍ବୟ ବୈଠକ। ଦିନ ୧୧ଟାରେ ପୁରୀ ପୌରସଦନରେ ବସିବ ବୈଠକ। ଆଇନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ।

ଏଥିରେ ବିଭାଗୀୟ ଅଧିକାରୀ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ।  ରଥଯାତ୍ରା, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇପାରିବ ସେଥିନେଇ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ, ଏସପି, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ।

Share

Leave a Reply