ରବିଚନ୍ଦ୍ରନ ଅଶ୍ୱିନଙ୍କ ନୂଆ ରେକର୍ଡ, ଟେଷ୍ଟ କ୍ରିକେଟରେ ଦ୍ରୁତ ୪୫୦ ୱିକେଟ ହାତେଇଲେ

You are currently viewing ରବିଚନ୍ଦ୍ରନ ଅଶ୍ୱିନଙ୍କ ନୂଆ ରେକର୍ଡ, ଟେଷ୍ଟ କ୍ରିକେଟରେ ଦ୍ରୁତ ୪୫୦ ୱିକେଟ ହାତେଇଲେ

ଭୁବନେଶ୍ୱର: ନାଗପୁରରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ନିଜ ଟେଷ୍ଟ କ୍ୟାରିୟରରେ ଦ୍ରୁତ ୪୫୦ ଟି ୱିକେଟ ହାସଲ କରି ଏକ ରେକର୍ଡ ହାସଲ କରିଛନ୍ତି। ଅଶ୍ୱିନଙ୍କର ଏହି ଉପଲବ୍ଧି ପରେ ସେ ଭାରତର କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି।

ବୋଲିଂ ସହ ସେ ବ୍ୟାଟିଂରେ ମଧ୍ୟ ରେକର୍ଡ କରିଛନ୍ତି। ସେ ଟେଷ୍ଟରେ ୩୦୦୦ ରନ କରି ନୂଆ ରେକର୍ଡ କରିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ଏପର୍ଯ୍ୟନ୍ତ ୮୯ ଟି ଟେଷ୍ଟ ମ୍ୟାଚ ଖେଳି ୩୦୪୩ ରନ ସଂଗ୍ରହ କରିଥିବାର ରେକର୍ଡ ରହିଛି । ଏଥିରେ ୫ଟି ଶତକ ସାମିଲ ଥିବାବେଳେ ୧୩ ଟି ଅର୍ଦ୍ଧଶତକ ସାମିଲ ରହିଛି । ୧୨୪ ତାଙ୍କର ଟେଷ୍ଟ ଫର୍ମାଟରେ ସର୍ବାଧିକ ସ୍କୋର ରହିଛି ।

ରବିଚନ୍ଦ୍ରନ ଅଶ୍ୱିନ ଆଜି ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ପାଳିରେ ଗୋଟିଏ ୱିକେଟ ନେଇ ଇତିହାସ ରଚିଛନ୍ତି। ସେ ଆଲେକ୍ସ କେରୀଙ୍କୁ ଆଉଟ କରିବା ପରେ ନିଜ ଟେଷ୍ଟ କ୍ୟାରିୟରର ୪୫୦ ଟି ୱିକେଟ ଯୋଡିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ୮୯ ଟେଷ୍ଟ ମ୍ୟାଚରୁ ୪୫୦ ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି।

Share

Leave a Reply