ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ସ୍କୁଲର ରେଡକ୍ରସ କାଉନସିଲର ମନ୍ଦାକିନୀ ସାହୁଙ୍କ ତତ୍ତ୍ଵାବଧାନରେ କ୍ରୀଡା ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ,ନୀଳମଣି ଦେହୁରୀ, ଶିକ୍ଷିକା ସ୍ଥିତପ୍ରଜ୍ଞା ଗଡ଼ନାୟକ ଏବଂ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ଥିଲେ। ବିଶ୍ଵ ପ୍ରସିଦ୍ଧ ସମାଜସେବୀ ହେନେରି ଡୁରାଣ୍ଟଙ୍କ ଜନ୍ମ ଓ ତାଙ୍କ ରେଡକ୍ରସ ଗଠନରେ ତାଙ୍କର ଅତୁଳନୀୟ ତ୍ୟାଗ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ।
ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ରେଡକ୍ରସ ଦିବସ
- Post published:May 9, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul