ଆଞ୍ଚଳିକ ବନଖଣ୍ଡ କ୍ରୀଡା ପ୍ରତିଯୋଗିତା ଉଦଯାପିତ

You are currently viewing ଆଞ୍ଚଳିକ ବନଖଣ୍ଡ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ: ଆଜି ସ୍ଥାନୀୟ ଫରେଷ୍ଟ ରେଞ୍ଜରସ୍ କଲେଜ (ଓ.ଏଫ୍.ଆର୍.ସି) ଠାରେ ଦୁଇ ଦିନିଆ ଆଞ୍ଚଳିକ ବନଖଣ୍ଡ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଅନୁଗୁଳ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଖୋରା, ଆଞ୍ଚଳିକ ବନ ଅଧିକାରୀ (ଟେରିଟୋରିଆଲ) ନୀତିଶ କୁମାର, ଆଞ୍ଚଳିକ ବନଖଣ୍ଡ ଅଧିକାରୀ ( ସାତକୋଶିଆ ବନ୍ୟପ୍ରାଣୀ) ସରୋଜ ପଣ୍ଡା, ଆଞ୍ଚଳିକ ବନଖଣ୍ଡ ଅଧିକାରୀ ( କେନ୍ଦୁପତ୍ର) ପ୍ରକାଶ ସେଠୀ, ଆଞ୍ଚଳିକ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛୟତ ପ୍ରମୁଖ ଯୋଗଦେଇଥିଲେ।

ଏହି ପ୍ରତିଯୋଗିତାର ଅନୁଗୁଳ ବନଖଣ୍ଡ ଚାମ୍ପିଅନ ହୋଇଥିବା ବେଳେ ବାରିପଦା ବନଖଣ୍ଡ ରନରସଅପ ହୋଇଛି। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମେଡାଲ ଓ ମାନପତ୍ର ଦିଆଯାଇଥିଲା। କୃତି ପ୍ରତିଯୋଗୀ ମାନେ ଚଳିତ ମାସ ୨୮ ଓ ୨୯ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଯୋଗ ଦେବେ। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୬ ଟି ଡିଭିଜନର ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ମାନେ ପରିଚାଳନା କରିଥିଲେ।

Share

Leave a Reply