ଅନୁଗୁଳ: ଗହଣା କିଣିବା ବାହାନାରେ ସୁନା ଦୋକାନରୁ ଲୁଟ।
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଲକ୍ଷ୍ମୀବଜାରରେ ଥିବା ଶୁଭଲକ୍ଷ୍ମୀ ଜୁଏଲର୍ସରୁ ଆଜି ମଧ୍ୟାହ୍ନ ସମୟରେ ୯୯ ଗ୍ରାମର ସୁନା ଗହଣା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଦୁଇଜଣ ଲୁଟେରା ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଏହି କାଣ୍ଡ ଭିଆଇଛନ୍ତି।
ଜୁଏଲର୍ସ ମାଲିକ ରଞ୍ଜନ ସାହୁଙ୍କ ଅନୁପସ୍ଥିତିରେ ଦୋକାନରେ ତାଙ୍କ ପୁଅ ଥିଲେ। ଏହି ସମୟରେ ଉଭୟ ଲୁଟେରା ଗ୍ରାହକ ବେଶରେ ଆସି ପୁଅ ସହ କଥାବାର୍ତ୍ତା ହୋଇଥିଲେ। ଦୋକାନୀଙ୍କ ପୁଅ ଅନ୍ୟମନସ୍କ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଦୁଇଜଣ ଡ୍ର ମଧ୍ୟରେ ହାତ ପୂରାଇ ସୁନା ଲୁଟିନେଇ ଫେରାର ହୋଇ ଯାଇଥିଲେ। ଏନେଇ ଜୁଏଲର୍ସ ମାଲିକ ରଞ୍ଜନ ସାହୁ ରେଙ୍ଗାଳି ଥାନାରେ ଏତଲା ଦେବା ପରେ ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି।


