ମଦନ ମୋହନ ମନ୍ଦିରର ପୁନରୁଦ୍ଧାର କାମ ଅନୁଗୁଳ ବିଧାୟକଙ୍କ ଦ୍ଵାରା ଆରମ୍ଭ

You are currently viewing ମଦନ ମୋହନ ମନ୍ଦିରର ପୁନରୁଦ୍ଧାର କାମ ଅନୁଗୁଳ ବିଧାୟକଙ୍କ ଦ୍ଵାରା ଆରମ୍ଭ

ଅନୁଗୁଳ: ଅନୁଗୁଳର ସର୍ବପୁରାତନ ମନ୍ଦିର ତଥା ଇତିହାସର ମୁକସାକ୍ଷୀ ମଦନମୋହନଙ୍କ ମନ୍ଦିରର ପୁନରୁଦ୍ଧାର କାର୍ଯ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଆରମ୍ଭ ହୋଇଛି।

ସ୍ଥାନୀୟ ମଦନ ମୋହନ ପଡାରେ ଥିବା ଏହି ପୁରାତନ ମନ୍ଦିରର ମରାମତି ତଥା ବୈଦୁତିକରଣ ଏବଂ ରଙ୍ଗ ଦିଆ ପାଇଁ ଏଡିଏମ ପ୍ରତାପ ପ୍ରିତିମୟଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ବିଶିଷ୍ଟ ବ୍ୟବସାୟୀ ଅଶୋକ ମାଣ୍ଡୋଠିଆ ଏହି କାର୍ଯ୍ୟକୁ ନିଜସ୍ୱ ଖର୍ଚ୍ଚରୁ ଆରମ୍ଭ କରିଛନ୍ତି। ଏ ଅବସରରେ ୨୨ ୱାର୍ଡର ପୂର୍ବତନ କାଉନସିଲର ରୁଦ୍ରଦେବ ସ୍ୱାଇଁ, ଅନୁଗୁଳ ବିଜେପିର ନଗର ସଂଯୋଜକ ପଵନ୍ ମାଣ୍ଡୋଠିଆ, ଟ୍ରଷ୍ଟ ବୋର୍ଡର ଅରୁଣ ପଟ୍ଟନାୟକ ଏବଂ ମଦନ ମୋହନ ପଡାର ଅନେକ ବାସିନ୍ଦା ଉପସ୍ଥିତ ଥିଲେ।

Share

Leave a Reply