ମାଛ ଜାଲରୁ ୫ଫୁଟର ଅଜଗର ଉଦ୍ଧାର

You are currently viewing ମାଛ ଜାଲରୁ ୫ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଡେରେଜାଙ୍ଗ ଡ୍ୟାମରେ ଜାଲରେ ଫସିଥିବା ଏକ ଅଜଗର ସାପକୁ ଆଜି ଉଦ୍ଧାର କରାଯାଇଛି। ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଉକ୍ତ ସାପକୁ ଉଦ୍ଧାର କରିଛନ୍ତି।

ସୂଚନା ଯେ, ଅନୁଗୁଳ ଡେରେଜାଙ୍ଗ ଡ୍ୟାମର ଫାଟକ ନିକଟରେ ମାଛ ପାଇଁ ଜାଲ ଘେରି ରହିଛି। ତେବେ ସେହି ଜାଲ ଘେରି ମଧ୍ୟରେ ଏକ ୫ଫୁଟର ଅଜଗର ସାପ ଫସିଥିବା ଖବର ପାଇ ସର୍ପମିତ୍ର ଆଜି ସକାଳ ୭ଟା ବେଳେ ସେଠାରେ ପହଞ୍ଚି ଉକ୍ତ ସାପକୁ ଜାଲରୁ ଉଦ୍ଧାର କରିଥିଲେ। ଅନୁଗୁଳ ବନପାଳ ହରମୋହନ ପ୍ରଧାନଙ୍କ ଉପସ୍ଥିତିରେ ସାପଟିକୁ ସ୍ଥାନୀୟ ମନ୍ଦରଗିରି ପାହାଡ଼ରେ ଛାଡି ଦିଆଯାଇଛି।

Share

Leave a Reply