ପରିତ୍ୟକ୍ତ କୂଅରୁ ୧୫ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

You are currently viewing ପରିତ୍ୟକ୍ତ କୂଅରୁ ୧୫ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଭଗଲାକଟା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୧୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, କୋଶଳା ଭାଗଲକଟା ଗ୍ରାମ ନିକଟରେ ଛେଳି ଚରାଳି ମାନେ ଛେଳି ଚରାଉଥିବା ବେଳେ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଗୋଟିଏ ଅଜଗର ସାପ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ସର୍ପ ଉଦ୍ଧାରକାରୀ ପୃଥ୍ୱୀରାଜ ଗଡ଼ନାୟକଙ୍କୁ ଖବର ଦେଇଥିଲେ।
ପୃଥ୍ୱୀରାଜ ପହଞ୍ଚି ପ୍ରାୟ ୧ ଘଣ୍ଟା ପରିଶ୍ରମ ପରେ ୧୫ ଫୁଟ ଲମ୍ବର ଅଜଗର ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପକୁ ବନବିଭାଗ ସହାୟତାରେ କୋଶଳା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ଯାଇଥିବା ଜଣାଯାଇଛି।

Share

Leave a Reply