ଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ ସମ୍ପର୍କିତ ଆଲୋଚନାଚକ୍ର

You are currently viewing ଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ ସମ୍ପର୍କିତ ଆଲୋଚନାଚକ୍ର

ଅନୁଗୁଳ: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ , ଅନୁଗୁଳର ସ୍ନାତକୋତ୍ତର ଗଣିତ ବିଭାଗ ଆନୁକୁଲ୍ୟରେ ଆଜି ମହାବିଦ୍ୟଳୟର ସମ୍ମିଳନୀ କକ୍ଷରେ “ଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ” ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧକ୍ଷ ତଥା ଆଲୋଚନାଚକ୍ରର ଉପଦେଷ୍ଟା  ପ୍ରଫେସର(ଡକ୍ଟର)ବସନ୍ତ କୁମାର ସାହୁ ଉଦଘାଟନ ଓ ସଭାପତିତ୍ଵ କରିଥିଲେ ।

ପ୍ରାରମ୍ଭରେ ଡକ୍ଟର ସାହୁ ନିମନ୍ତ୍ରିତ ମୁଖ୍ୟ ବକ୍ତା ରାଜଧାନୀ ମହାବିଦ୍ୟାଳୟ ,ଭୁବନେଶ୍ବରର ଗଣିତ ବିଭାଗର ମୁଖ୍ୟ ଡକ୍ଟର ସରୋଜକାନ୍ତ ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ସ୍ନାତକୋତ୍ତର ଗଣିତ ବିଭାଗର ମୁଖ୍ୟା ଡକ୍ଟର ସ୍ମିତା ତପସ୍ଵିନୀ ଆଲୋଚନାଚକ୍ରରେ ସ୍ଵାଗତ ସମ୍ଭାଷଣ ରଖିବା ସହିତ ଆଲୋଚନାଚକ୍ରର ଉପକ୍ରମ ଓ ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। 

ରାଜଧାନୀ ମହାବିଦ୍ୟାଳୟ ,ଭୁବନେଶ୍ବରର ଗଣିତ ବିଭାଗର ମୁଖ୍ୟ ଡକ୍ଟର ସରୋଜକାନ୍ତ ପ୍ରଧାନ ନିମନ୍ତ୍ରିତ ମୁଖ୍ୟ ବକ୍ତା ଭାବରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଗଣିତ ବିଜ୍ଞାନ ଶିକ୍ଷାର ପ୍ରୟୋଗାତ୍ମକ ଦିଗ ଉପରେ ସାରଗର୍ଭକ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଯୁବପିଢୀ ଗଣିତ ବିଜ୍ଞାନକୁ ଉପଯୋଗ କରି ଏକ ବିକଶିତ ଭାରତ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏହି  ଅବସର ରେ ଅଧକ୍ଷ ଡକ୍ଟର ସାହୁ ଗଣିତ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ଶିକ୍ଷାକୁ ଆଗ୍ରହର ସହିତ ଗ୍ରହଣ କରି ଏହାକୁ ଏକ ବ୍ରତ ଭାବରେ ଜୀବନରେ ଉପଯୋଗ କରିବା ଲାଗି ପ୍ରେରିତ କରିଥିଲେ। 

ସ୍ନାତକୋତ୍ତର ଗଣିତ ବିଭାଗ ର ମୁଖ୍ୟା ଡକ୍ଟର ସ୍ମିତା ତପସ୍ଵିନୀ , ମହାବିଦ୍ୟାଳୟର ଅଧକ୍ଷ ତଥା ଆଲୋଚନଚକ୍ରର ଉପଦେଷ୍ଟା  ପ୍ରଫେସର ସାହୁଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ  ବିଭାଗ ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ଆଲୋଚନାଚକ୍ରର ଶେଷ ଭାଗରେ ସ୍ନାତକୋତ୍ତର ଗଣିତ ବିଭାଗର ସହକାରୀ ପ୍ରଫେସର ନିବେଦିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରକୁ ଗଣିତ ବିଭାଗ ର ସହକାରୀ ପ୍ରଫେସର ଡକ୍ଟର ପ୍ରଭାସ ଜେନା ଓ ଡକ୍ଟର ଦୁଷ୍ମନ୍ତ ମଲ୍ଲିକ ପରିଚାଳନା କରିଥିଲେ।

Share

Leave a Reply