ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

You are currently viewing ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ତୃତୀୟ ବାର୍ଷିକ ସମାବେଶ ଆୟୋଜିତ ହୋଇଥିଲା।

ଏହି ସମାବେଶକୁ ଅବସରପ୍ରାପ୍ତ ଡାକ ଅଧିକାରୀ ବିଜୟ କୁମାର ଦାସ, ଭିକାରି ନାଏକ, ରଘୁନାଥ ଦାସ ଏବଂ ଅନ୍ନଦାଶଙ୍କର ପତି ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଡାକ କର୍ମଚାରୀଙ୍କ ଅବସରକାଳୀନ ସମସ୍ୟା, ସାମ୍ପ୍ରତିକ ଡାକ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ
ଲୋକହିତକାରୀ ଯୋଜନା ସମ୍ପର୍କ ରେ ଅତିଥିମାନେ ଆଲୋଚନା କରିଥିଲେ। ଅବସର ଜୀବନରେ ଯୋଗ ପ୍ରାଣାୟାମ କରି ଶରୀର କୁ ଫିଟ ରଖିବା ସହ ବିଭିନ୍ନ ପୁସ୍ତକ ପଢି ମାନସିକ ସନ୍ତୁଳନ ବଜାୟ ରଖିବାକୁ ଅନେକେ ମତ ଦେଇଥିଲେ। ସମାରୋହରେ ଭିକାରୀ ନାଏକଙ୍କୁ ଅତିଥିମାନେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସରୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶତ୍ରୁଘ୍ନ ନାଥ, ଅମୀୟ କର, ବିମଳ ରଥ ଓ ମାର୍କଣ୍ଡେଶ୍ୱର ଦାସ ପ୍ରମୁଖ ସମାବେଶ ପରିଚାଳନା ରେ ସହଯୋଗ କରିଥିଲେ।

Share

This Post Has One Comment

  1. NIMAIN CHARAN SAHOO

    ଅତି ଆନନ୍ଦର ବିଷୟ ଢେଙ୍କାନାଳ ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ବାର୍ଷିକ ସମିଳନୀ ବଡ଼ ହସ ଖୁସିରେ ଉଦ୍ୟାକତା ଙ୍କ ସହଯୋଗ ରେ ଅନଗୁଳ ଠାରେ ଅନୁଷ୍ଠିତ ହେଲା। ଜୀବନର ଅପରାହ୍ଣରେ ତାରୁଣ୍ୟର ଉଦାମତା ଆଣିବାରେ ଏପରି ସଂଗଠନ ର ବହୁତ ଆବଶ୍ୟକତା ଅଛି। ଜୀବନରେ ନିଜ ପାଇଁ କମ ଅନ୍ୟ ପାଇଁ ବହୁତ ଖଟିଲେ ଏବେ କିଛି ସ୍ବପ୍ନ ଦେଖାଯାଉ। ❤️🙏🏽🙂

Leave a Reply