ଅନୁଗୁଳ: ଅନୁଗୁଳସ୍ଥିତ ନତଡ଼ା କଳାପାଟ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ରଥ ଆଜି ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଶ୍ରୀମତୀ ରଥ ୩୪ ବର୍ଷର ଶିକ୍ଷକତା ଜୀବନରେ ଉତ୍ତମ ବ୍ୟବହାର ସହିତ ନିଷ୍ଠାପର ଶିକ୍ଷାଦାନ କରିଛନ୍ତି। ଚାକିରି କାଳ ମଧ୍ୟରେ ସେ ଦୁଇଟି ବିଦ୍ୟାଳୟରେ କାର୍ଯ୍ୟ କହିଛନ୍ତି। ଶ୍ରୀମତୀ ରଥ ଶିକ୍ଷକତା ବ୍ୟତୀତ ବହୁ କବିତା ଓ ଗଳ୍ପ ବହି ମଧ୍ୟ ଲେଖି ପ୍ରକାଶନ କରିଛନ୍ତି। ଶ୍ରୀମତୀ ରଥ ରାଜ୍ୟ ସରକାରଙ୍କ ପୂର୍ଣ୍ଣକାଳୀନ ପେନସନ ଉପଭୋକ୍ତା ଭାବେ ପ୍ରଥମ ଶିକ୍ଷକ ବୋଲି ଜଣାଯାଇଛି। ସେଥିପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୩୪ ବର୍ଷର ଶିକ୍ଷକତା ଜୀବନ ଶେଷ, ଶିକ୍ଷୟିତ୍ରୀ ଶାନ୍ତିଲତା ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
