ମୁମ୍ବାଇ : ଜୁନ ୩୦ ସୁଦ୍ଧା ବ୍ୟାଙ୍କକୁ ଫେରିଛି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୂଚନା ଦେଇଛି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଜୁନ ୩୦ ସୁଦ୍ଧା ୨.୭୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଫେରିଆସିଛି। ବର୍ତ୍ତମାନ କେବଳ ୮୪,୦୦୦ କୋଟି ଟଙ୍କାର ୨,୦୦୦ ଟଙ୍କିଆ ନୋଟ୍ ବଜାରରେ ରହିଛି।
ସୂଚନାଯୋଗ୍ୟ ଯେ ଗତ ମେ ୧୯ରେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ ଫେରସ୍ତ କରିହେବ ।
ପ୍ରକାଶ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ୨୦୦୦ ଟଙ୍କିଆ ନୋଟ୍ ଅଚଳ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।