ବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

You are currently viewing ବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

ଅନୁଗୁଳ : ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ପରେ ଏବେ ବଢିବ ଓମଫେଡ୍ କ୍ଷୀର ଦର। ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ ଲାଗୁ ହେବ ଏହି ନୂଆ ଦର। ଏହି ନୂଆ ଦର ଲାଗୁ ହେବା ପରେ ୫୦୦ ମିଲି କ୍ଷୀରର ଦାମ ୨୩ ଟଙ୍କା ବଦଳରେ ୨୪ ଟଙ୍କା ହୋଇଯିବ। ସେହିପରି ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫୦୦ ମିଲିକୁ ୨୪ ଟଙ୍କା ଓ ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ହୋଇଯିବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା।

ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧ ଦର ବୃଦ୍ଧି କରାଯାଇଛି। ଏହା ଦ୍ବାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଉତ୍ସାହିତ ‌ହେବେ ବୋଲି କହିଛନ୍ତି ଅନୁଗୁଳ ଓମ୍‌ଫେଡ୍‌ ଡିଭିଜନର ଆସିଷ୍ଟାଣ୍ଟ ମ୍ୟାନେଜର ବିଶ୍ୱରଞ୍ଜନ ଦାସ।

ଏଥିସହ ଓମ୍‌ଫେଡ୍‌ ପକ୍ଷରୁ ଆସନ୍ତା ୨୧ ତାରିଖରୁ କଟକ, ଭୁବନେଶ୍ୱର ଓ ପୁରୀରେ ନୂଆ ପ୍ରକାର କ୍ଷୀର ବିକ୍ରି ଆରମ୍ଭ କରାଯିବ। ଯାହାର ନାଁ ରଖାଯାଇଛି ‘ଚା’ସ୍ପେଶାଲ’। ଏହାର ମୂଲ୍ୟ ୫୦୦ ମିଲିକୁ ୨୩ ଟଙ୍କା ରହିଛି। ସେହିପରି ୧୫ ଟଙ୍କାରେ ୨୦୦ ମିଲି ପ୍ୟାକେଟ୍ ଦହି ବିକ୍ରି ଆରମ୍ଭ କରିବାକୁ ସୂଚନା ଦେଇଛି ଓମ୍‌ଫେଡ୍‌।

Share

Leave a Reply