ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଛି।ସରକାର କୋଭିଡ୍ ହସ୍ପିଟାଲ,କେୟାର ସେଣ୍ଟର୍ ସଜଡ଼ିବାରେ ବ୍ୟସ୍ତ, ଜାରି ହେଲାଣି ହୋମ ଆଇସୋଲେସନ୍ ଗାଇଡଲାଇନ କିନ୍ତୁ ଲୋକେ ମାନୁ ନାହାନ୍ତି। ଅନୁଗୁଳ ରେ ସବୁଠାରୁ ଘାତକ ସାଜିଛନ୍ତି ଉଠା ଦୋକାନୀ ।ଲୋକଙ୍କୁ ନିୟନ୍ତ୍ରଣ କରୁନାହାନ୍ତି, ନିଜେ ବି ମାସ୍କ ପିନ୍ଧୁ ନାହାନ୍ତି। ମାର୍କେଟ ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଚି। କରୋନା ସଂକ୍ରମଣ ବୃଦ୍ଧି ହେତୁ ଶନିବାର ଅନୁଗୁଳ ହସ୍ପିଟାଲ ରେ ଟେଷ୍ଟ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଏଣେ ରୋଗୀ କଲ୍ୟାଣ ସମିତି କାର୍ଯ୍ୟାଳୟ ର ଜଣେ କର୍ମଚାରୀ ପୋଜିଟିଭ ଘୋଷିତ ପରେ ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।କାର୍ଯ୍ୟାଳୟ କୁ ସ୍ୟାନିଟାଇଜ୍ କରାଯାଇ ସାମୟିକ ବନ୍ଦ୍ ରଖାଯାଇଛି। ଖୁବ୍ ଶୀଘ୍ର ଟେଲି ମେଡ଼ିସିନ ସେବା ଆରମ୍ଭ ହେବ ବୋଲି ଏଡିଏମ୍ଓ ଡ଼ ମାନସ ରଂଜନ ବିଶ୍ବାଳ ପ୍ରକାଶ କରିଛନ୍ତି ।
କରୋନା ବଢୁଛି, ଆରକେଏସ୍ ଅଫିସ ସାମୟିକ ସିଲ୍
- Post published:January 15, 2022
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
