ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

You are currently viewing ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ଅନୁଗୁଳ: ଏକ ଭୟଙ୍କର  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ତେଲିଭୂଇଁ କଳିଙ୍ଗା ରାସ୍ତାରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସନ୍ତୋଷୀ ମା’ ମନ୍ଦିର ନିକଟରେ ଏକ କାର ଭାରସାମ୍ୟ ହରାଇ ଖୁଣ୍ଟରେ ମାଡ଼ ହୋଇ ପୋଖରୀ ପାର୍ଶ୍ବରେ ଝୁଲି ରହିଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପୁରା ପରିବାର। କାର ଭିତରେ ବସିଥିବା ଜଣେ ମହିଳା ଏବଂ ଦୁଇଜଣ ଶିଶୁକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଗାଡ଼ିଟି ଭୁବନେଶ୍ବର ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି।

Share

Leave a Reply