କାର-ବାଇକ ମୁହାଁମୁହିଁ ଧକ୍କା: ଶଳା-ଭିଣୋଇ ଗୁରୁତର

You are currently viewing କାର-ବାଇକ ମୁହାଁମୁହିଁ ଧକ୍କା: ଶଳା-ଭିଣୋଇ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ଠାରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବାଇକର ନମ୍ବର OD19P-4537 ହୋଇଥିବା ବେଳେ କାର୍ ନମ୍ବରଟି OD23N-5252 ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆହତ ଦୁଇଜଣ ହେଲେ ବେନ୍ତପୁର ଗ୍ରାମର ପବନା ଭୋଇ ଓ ବସନ୍ତ ଭୋଇ। ସେମାନେ ସମ୍ପର୍କରେ ଶଳା-ଭିଣୋଇ। ଉଭୟ ଏକ ବାଇକରେ ୫୫ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରୁ ତେଲ ପକାଇ ରାସ୍ତା ପାର ହେଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର୍ ସହ ତାଙ୍କର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ।

ଏହି ସମୟରେ ବେନ୍ତପୁର ଗ୍ରାମର ସମାଜସେବୀ ତାପସ କୁମାର ପାଲ ଦେବଦୂତ ସାଜି ତୁରନ୍ତ ଆମ୍ବୁଲାନ୍ସ ଡକାଇ ଆହତଙ୍କୁ ମେଡିକାଲରେ ପହଞ୍ଚାଇ ଥିଲେ। ତାଙ୍କର ଏହି ତ୍ୱରିତ ପଦକ୍ଷେପ ଯୋଗୁଁ ଦୁଇଟି ଅମୂଲ୍ୟ ଜୀବନ ବର୍ତ୍ତି ଯାଇଛି। ଅନ୍ୟପଟେ ଦୁର୍ଘଟଣା ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Share

Leave a Reply