ନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

You are currently viewing ନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

ଅନୁଗୁଳ: ନୂତନ ୫୫ ନଂ ଜାତୀୟ ରାଜପଥରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଓଭରବ୍ରିଜ୍ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାରଙ୍କ ନେତୃତ୍ୱରେ ଶତାଧିକ ଗାଡ଼ି ଚାଳକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ଚାଳକମାନଙ୍କୁ ଦ୍ରୁତଗତିରେ ଗାଡ଼ି ନଚଳାଇବା, ମଦ୍ୟପାନରୁ ବିରତ ରହିବା, ସିଟ୍ ବେଲ୍ଟ ବ୍ୟବହାର କରିବା ଏବଂ ସଠିକ୍ ଭାବେ ପାର୍କିଂ କରିବା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ବିଭାଗ ପକ୍ଷରୁ ସଚେତନତା ସହ ଚାଳକମାନଙ୍କୁ ଫାଷ୍ଟ ଏଡ୍ କିଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ସମାଜସେବାମୂଳକ କାର୍ଯ୍ୟକ୍ରମରେ ଏମଭିଆଇ ରାଜେଶ କୁମାର ମହାପାତ୍ର, ଜୁନିୟର ଏମଭିଆଇ ସନ୍ଧ୍ୟାରାଣୀ ନାୟକ ଏବଂ କନେଷ୍ଟବଲ୍ ଜ୍ୟୋସ୍ନାମୟୀ ସେନାପତି ଉପସ୍ଥିତ ରହି ସହଯୋଗ କରିଥିଲେ। ପରିବହନ ବିଭାଗର ଏଭଳି ପ୍ରୟାସକୁ ଗାଡ଼ି ଚାଳକମାନେ ବେଶ୍ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply