ରିମିଟ୍ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳନ, ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ

0

ଅନୁଗୁଳ: ଜାନୁୟାରୀ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ ପାଳନ। ଏ ଅବସରରେ ଅନୁଗୁଳ ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟରେ ମଧ୍ୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ନିଖିଳ ପଟ୍ଟନାୟକ ଓ ଖାଦ୍ୟ ଯୋଜନା ବୋର୍ଡ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସଡ଼କ ନିୟମ ବିଷୟରେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ହେଲମେଟ ପିନ୍ଧିବାକୁ, ସିଟ ବେଲ୍ଟ ବାନ୍ଧିବାକୁ, ମଦ୍ୟପାନ ନ କରି ଓ ମୋବାଇଲ ବ୍ୟବହାର ନ କରି ଗାଡି ଚଲାଇବାକୁ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର ଚେୟାରମ୍ୟାନ ଅଭୟ କୁମାର ସାହୁ, ସମାଜସେବୀ ଚିନ୍ମୟୀ ଦାସ ଓ ଅନ୍ୟ ଛାତ୍ରଛାତ୍ରୀ ଯୋଗଦାନ କରି ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.

error: Content is protected !!